ମାଘ ମେଳା ପ୍ରସ୍ତୁତି ବୈଠକ ; ଚୂଡାନ୍ତ ନିଷ୍ପତ୍ତି ଅମୀମାଂସିତ
ନୟାଗଡ (ପ୍ରଭାକର ଶିରୋମଣି ) ୨୮ l ୧ ଖଣ୍ଡପଡା ବ୍ଳକ ଅନ୍ତର୍ଗତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କ ପାରମ୍ପରିକ ଭୈମୀ ଏକାଦଶୀ ମେଳା ମାଘ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ l ଏହି ମେଳାରେ ହଜାର ହଜାର ଯାତ୍ରୀ ସମାଗମହେଉଥିବାବେଳେ ମେଳା ରେ ଶହ ଶହ ବ୍ୟବସାୟୀ ପ୍ରତିଷ୍ଠାନ ଖୋଲା ଯାଇଥାଏ l ତେଣୁ ମେଳାର ପରିଚାଳନା ତଥା ଶୃଙ୍ଖଳା ରକ୍ଷା ନିମିତ୍ତ ପ୍ରତିବର୍ଷ ଜିଲ୍ଲା ସ୍ତରୀୟ ବୈଠକ କରା ଯାଇଥାଏ l ଏହି ପରିପ୍ରେକ୍ଷୀରେ ୨୮ ତାରିଖ ରେ ଖଣ୍ଡପଡା ଦେବୋତ୍ତର ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଖଣ୍ଡପଡା ତହସିଲଦାର ବିଶ୍ୱ ବିଶୃତ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ କଣ୍ଟିଲୋ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ପୁଲିସ ବିଭାଗ, ବିଦ୍ୟୁତ ବିଭାଗ , ଅଗ୍ନିଶମ ବିଭାଗ,, ପାନୀୟ ଜଳ ଯୋଗାଣ ବିଭାଗ ସମେତ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ମେଳାକୁ ଶୃଙ୍ଖଳିତ କରିବାକୁ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା କିନ୍ତୁ ମେଳା କେଉଁଠାରେ କରାଯିବ ସେ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନହୋଇ ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ତହସିଲଦାଙ୍କୁ ଉପସ୍ଥିତ ସଦସ୍ୟ ମାନେ ଅନୁରୋଧ କରିଥିଲେ l