ବରିଷ୍ଠ ନାଗରିକ ସଂଘ ତରଫରୁ ମିତ୍ର ସଙ୍ଗମ ଆସର
ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବରିଷ୍ଠ ନାଗରିକ ସଂଘ ତରଫରୁ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ମନ୍ଦିର ସଭା ଗୃହ ପରିସରରେ ସଭାପତି ବିଜୟ ଚନ୍ଦ୍ର ଖଣ୍ଡଗିରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥି ଭାବେ ଥାନା ଏସ. ଆଇ. ଭୋଳାନାଥ ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ lଏଥିରେ ଅଞ୍ଚଳର ସମସ୍ତ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର କିପରି ପାଇ
ପାରିବେ ସେ ନେଇ ଆଲୋଚନା ହେବା ସହ ପୂର୍ବରୁ ସ୍ଥାନୀୟ ଉପଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ସ୍ଥାନ ଚି଼ହ୍ନଟ କରିବା ବିଷୟ ସ୍ଥାନୀୟ ତହସିଲଦାର ଙ୍କୁ ଦିଆଯାଇଛି ବୋଲି ସଂଘର ସାଧାରଣ ସମ୍ପାଦକ ମନ୍ନଥ କୁମାର ରାଉଳ ପ୍ରକାଶ କରିଥିଲେ lସଂଘର ସମସ୍ତ ସଦସ୍ୟ ଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ଓ ଜମ୍ପିକ ବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା lଏହା ପରେ ସଂଘର ସମସ୍ତ ସଦସ୍ୟ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜରା ନିବାସ ରେ ପହଞ୍ଚି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ ଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ
ଅର୍ପଣ କରି ଅନ୍ତେବାସୀ ଙ୍କୁ ଫଳ ଓ ମିଷ୍ଟାନ ବଣ୍ଟନ କରିଥିଲେ lଏଥିରେ ସଂଘର ସଦସ୍ୟ ପ୍ରହ୍ଲାଦ ପ୍ରସାଦ ଲେଙ୍କା, ବଂଶୀଧର ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ lଶେଷରେ ରମାକାନ୍ତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ l