ଗୋପାଳପୁର: ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ସୂଚାରୁ ରୂପେ ପାଳିତ
ଗୋପାଳପୁର, ବିଚିତ୍ର ସାହୁ:
ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁରରେ ୭୬ତମ ଗଣତନ୍ତ୍ର ଦିବସ ସୂଚାରୁ ରୂପେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବି ଏନ ଦାସ ଓ ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ମମତା ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ସଭାକୁ ସମ୍ବୋଧିତ କରିଥିଲେ। ପ୍ରଥମେ ଶ୍ରୀ ଦାସ ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭାରତମାତା ପ୍ରତି ତ୍ୟାଗ ଓ ବଳିଦାନ ପ୍ରଦାନ କରିଥିବା ମହାପୁରୁଷମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ସମ୍ବିଧାନ ପ୍ରଣୟନର ଇତିହାସ, ସମ୍ବିଧାନର ମୂଲ୍ୟବୋଧକୁ ସୁଚାର ପ୍ରୟୋଗ ନିମନ୍ତେ ଉଦବୋଧନ ଦେଇଥିଲେ। ଏନ୍.ସି.ସି କ୍ୟାଡେଟ ଏଵଂ ସ୍କାଉଟ୍ ଓ ଗାଇଡ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ପ୍ୟାରେଡ ମଧ୍ୟ କରାଯାଇଥିଲା। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ଗୀତ ଆଦି ପ୍ରଦର୍ଶିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଅଂଶଗ୍ରହଣ କରି ବହୁତ ଉତ୍ସାହିତ ହୋଇଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ମିଳିତ ସହଯୋଗରେ କାର୍ଯକ୍ରମଟି ସଫଳତାର ସହିତ ଆୟୋଜିତ ହୋଇଥିଲା।