ଜୟବର୍ଦ୍ଧନ ବ୍ୟାଡମିଣ୍ଟନ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଜୟବର୍ଦ୍ଧନ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଛି l ସ୍ଥାନୀୟ ଗେଟ୍ ବଜାର ନିକଟସ୍ଥ ସ୍ପୋର୍ଟସ ଏରିନା ଠାରେ ପ୍ରେସ କ୍ଳବ୍ ବ୍ରହ୍ମପୁର ତରଫରୁ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ପ୍ରେସ କ୍ଳବ୍ ବ୍ରହ୍ମପୁରର ସହ ସମ୍ପାଦକ ଡି ଗୋପାଳ କ୍ରିଷ୍ଣା ରେଡ୍ଡୀଙ୍କ ନେତୃତ୍ୱରେ ଏହି ଟୁର୍ଣ୍ଣାମେଣ୍ଟ ଅୟୋଜନ ହୋଇଥିଲା l ବ୍ରହ୍ମପୁର ଏସପି ସର୍ବନା ବିବେକ ଏମ ଏହାକୁ ଉଦଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ବରିଷ୍ଟ ଶିକ୍ଷାବିତ୍ ମାନସ ରଞ୍ଜନ ସାହୁ, ବରିଷ୍ଟ ବ୍ୟାଡମିଣ୍ଟନ ଖେଳାଳି ସୁଧାକର ବାବୁ ଯୋଗଦେଇ ଥିଲେ l ପ୍ରେସ କ୍ଳବ୍ ସଭାପତି ଅଶୋକ ବ୍ରହ୍ମା ,ସମ୍ପାଦକ ପ୍ରହଲ୍ଲାଦ ସାହୁ,ଉପ ସଭାପତି ଅଭୟ କୁମାର ପାଢ଼ୀ ଓ କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡାଙ୍କ ଉପସ୍ଥିତ ରହିଥିଲା l ସିଙ୍ଗଲ୍ସରେ ମୋଟ ୩୪ଜଣ ଖେଳାଳି ଭାଗ ନେଇଥିବା ବେଳେ, ଡବଲ୍ସରେ ମୋଟ ୭ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏଥିରେ ସିଙ୍ଗଲ୍ସ ଫାଇନାଲରେ ଟୁନା ପ୍ରଧାନ ୨୧ ପଏଣ୍ଟ ରଖିଥିବା ବେଳେ, ଡି ଗୋପାଳ କ୍ରିଷ୍ଣା ରେଡ୍ଡୀ ୭ ପଏଣ୍ଟ ରଖିଥିଲେ l ଡବଲ୍ସରେ ରିଙ୍କୁ,ଗୋପାଳ ୨୪ ପଏଣ୍ଟ,୩୧ ପଏଣ୍ଟ କରି ଟୁନା,ସଚିନଙ୍କ ଦଳ ବିଜୟୀ ହାସଲ କରିଥିଲେ । ସେହିପରି ମହିଳା ଦଳରେ ଇତିଶ୍ରୀ,ସୋନାଲିଙ୍କ ଦଳ ସହ ବନି,ସୁଭଦ୍ରାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ ୨୧ ପଏଣ୍ଟରେ ଇତି, ସୋନାଲିଙ୍କ ଦଳ ବିଜୟୀ ହୋଇଥିଲେ l ଉଦଯାପନୀ ସଭା ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଯୁବ ନେତା ତଥା ସହରୀ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନଙ୍କ ସମେତ ଯୁବ ସମାଜସେବୀ ଅଜିତ କୁମାର ପାତ୍ର ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହି ଅବସରରେ ସାମ୍ବାଦିକ ଲକ୍ଷ୍ମୀ ବେଜ, ଶ୍ରୀନିବାସ ଏବଂ ନରସିଂହ ଡାକୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ମହାଙ୍କୁଡ, ଦେବହରି ବେହେରା, ବାବୁଲା ପାଣିଗ୍ରାହୀ, ମନୋଜ ପଣ୍ଡା, ଅମର ଦାସ, ଅଭିଜିତ କର, କିରଣ ମିଶ୍ର, ସୁନିଲ ସାହୁ ଉପସ୍ଥିତ ରହିଥିବା ବେଳେ, ସଚିନ ବେହେରା, ଭିକି ପଟ୍ଟନାୟକ, ଲିକୁ ଡାକୁଆ, କୈଳାସ ବେହେରା, ମାନସ ବିଷୋୟୀ, ଶୁଭେନ୍ଦୁ ସାହୁ, ଚିକୁ ପ୍ରତିନିଧି ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନରେ ସହଯୋଗ କରିଥିଲେ।

You might also like
error: Content is protected !!