୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
ବ୍ରହ୍ମପୁର, ଏସଏମପି : ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଫରେଷ୍ଟ ଗାର୍ଡ, ଫରେଷ୍ଟର, ଉପ ବନାଞ୍ଚଳ ଅଧିକାରୀ, ବନାଞ୍ଚଳ ଅଧିକାରୀ ଙ୍କୁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବ୍ରହ୍ମପୁର ବନମଣ୍ଡଳ ସମର୍ଦ୍ଧିତ କରିଥିଲେ l ଏହି ପରିପ୍ରେକ୍ଷୀରେ ବନ୍ୟଜନ୍ତୁ ପରିଚାଳନା କ୍ଷେତ୍ରରେ ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ର ବନାଞ୍ଚଳ ଅଧିକାରୀ ସୁଶ୍ରୀ ସୁଜାତା ରାଣୀ ପଣ୍ଡାଙ୍କୁ ସମର୍ଦ୍ଧିତ କରାଯାଇଥିଲା l