ଜିଲ୍ଲା ସାମ୍ବାଦିକ ସଙ୍ଘ, ସାପ୍ତାହିକ “ବିକଳ୍ପ”ର ମିଳିତ ଆନୁକୂଲ୍ୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଓଡିଶା ସାମ୍ବାଦିକ ମହାସଂଘ, ଜିଲ୍ଲା ସାମ୍ବାଦିକ ସଙ୍ଘ, ଗଞ୍ଜାମ ଓ ସାପ୍ତାହିକ “ବିକଳ୍ପ” ର ମିଳିତ ଆନୁକୂଲ୍ୟରେ 76 ତମ ସାଧାରଣତନ୍ତ୍ର ଦିବସ ସତୁରି ରୁ ଉର୍ଦ୍ଧ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସମାଜ ସେବିଙ୍କ ଗହଣ ରେ କମlପଲି ବଡ଼ସାହି ରେ ବିକଳ୍ପ ଭବନ ଠାରେ ମହlଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ମୁଖ୍ୟଅତିଥି ଡ଼ : ରାମ କୃଷ୍ଣ ପଟନାୟକ, ରାଜ୍ୟ ସଭାପତି, ଅନ୍ତର୍ଜାତୀୟ ମାନବଧିକାର ଓ ସାମାଜିକ ନ୍ୟାୟିକ ସଂସ୍ଥା ଓଡିଶା, ଜାତୀୟ ପତକା ଉତୋଳନ କରିଥିବା ବେଳେ ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରସ୍ଥ ମା ସରସ୍ବତୀ ଶିଶୁ ମନ୍ଦିର ର ପଞ୍ଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ କେ. କରୁଣା, ଧନଲକ୍ଷ୍ମୀ ମହାରଣା, M. ସ୍ଵାତିକା ପ୍ରଧାନ ଓ ପ୍ରିୟା ପାଣିଗ୍ରାହୀ ପ୍ରମୁଖ ପ୍ରାରମ୍ଭିକ ଓ ଜାତୀୟ ସଂଗୀତ ଗାନ କରି ଉପସ୍ଥିତ ସାମ୍ବାଦିକ ବନ୍ଧୁ ମାନଙ୍କ ପ୍ରଂଶସା କୁ ସାଉଁଟି ନେଇଥିଲେ l
ପରେ ପରେ ସାଧାରଣତନ୍ତ୍ର ଦିବସ ଉପରେ ଏକ ଆଲୋଚନା ଚକ୍ର ସାମ୍ବାଦିକ ସୁଶାନ୍ତ କୁମାର ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଗଣତନ୍ତ୍ର ର ସୁରକ୍ଷା ସହ ପ୍ରକୃତି ର ସୁରକ୍ଷା ଉପରେ ଉପସ୍ଥିତ ଅତିଥି ମାନେ ଗୁରୁତ୍ୱ ଆରୋପ କରଥିଲେ l ଅତିଥି ମାନଙ୍କ ମଧ୍ୟରେ ସାପ୍ତାହିକ “ବିକଳ୍ପ ” ର ପରିଚାଳନା ସମ୍ପାଦକ ଓ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଭାପତି ଜୟ ରାମ ମହାରଣା, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶୁଭେନ୍ଦୁ ଦାଶ, ଉପସଭାପତି ସୂର୍ଯ୍ୟ ନାରାୟଣ ବେହେରା, ଅନିଲ ଚୌଧୁରୀ,ରମେଶ ଚନ୍ଦ୍ର ସାହୁ, ସୁଶାନ୍ତ କୁମାର ପଟନାୟକ ଓ ରମେଶ ଚନ୍ଦ୍ର ବେହେରା,ମଂଚାସୀନ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଡ଼ : ବିଭୁତି ଭୂଷଣ ପାତ୍ର ଓ ପ୍ରତାପ ଚନ୍ଦ୍ର ପାଢ଼ୀ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଶ୍ରୀମତୀ ଈଶ୍ୱରୀ ରାଉତ,ହରପ୍ରିୟା ସାହୁ, ପ୍ରଶାନ୍ତ କୁମାର ମହାପାତ୍ର,ଆଦିତ୍ୟ ନାରାୟଣ ରଥ,ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ କିଶୋର ଚନ୍ଦ୍ର ପାଢ଼ୀ, ଚୂଡ଼ାମଣି ବେହେରା, ରାଜେନ୍ଦ୍ର ବେହେରା, ମଧୁ ରାଓ, ମନୋରଞ୍ଜନ ପାଣିଗ୍ରାହୀ, ଡ଼ :ରଘୁରାମ ସାହୁ,ବି. ଏସ. ସାହୁ, ଲଳିତ କୁମାର ମହାରଣା, ମନୋଜ କୁମାର ପାଢ଼ୀ, ତ୍ରିପତି ହୋତା ଓ ଟି. ସତୀଶ ପାତ୍ର ପ୍ରମୁଖ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ, ଓ ସମାଜ ସେବି ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଶେଷରେ ମହାସଂଘ ର କୋଷାଧକ୍ଷ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସମାପନ କରିଥିଲେ l

You might also like
error: Content is protected !!