ସରୋଜଙ୍କୁ ଗୁରୁ ଦାୟିତ୍ଵ
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ): ଗଞ୍ଜାମରୁ ବିଜେପି ସଭାପତିଙ୍କ ନାମ ଘୋଷଣା ହୋଇଛି l ସରୋଜ ସାବତଙ୍କୁ ଏହି ଗୁରୁ ଦାୟିତ୍ଵ ମିଳିଛି l ଏହି ଅବସରରେ ଶ୍ରୀ ସାବତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ବ୍ରହ୍ମପୁର ସାଂସଦ ଡ ପ୍ରଦୀପ ପାଣିଗ୍ରାହୀ,ବିଧାୟକ କେ ଅନିଲ କୁମାରଙ୍କ ସମେତ ବିଧାୟକ ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ କିଛି ପୁରୁଣା ଚେହେରାଙ୍କ ଅନୁପସ୍ଥିତି ଦେଖାଦେଇଛି l ଏହାକୁ ନେଇ ରାଜନୈତିକ ପାଣିପାଗ ଗରମ ଧରିଛି l