ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜଟଣୀ(ସଞ୍ଜୀବ କୁମାର): ଓଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହାଟବଜାର ଏବଂ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବରପଦା ର ବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଉତ୍ସବର ମୁଖ୍ୟ ଅତିଥି ବଡଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ ସାମ୍ପ୍ରତିକ ଆଧୁନିକ ସମାଜର ଶିଶୁଙ୍କ ଚରିତ୍ର ଗଠନ କାର୍ଯ୍ୟ ବିଶେଷ ଭାବରେ ଶିଶୁ ମନ୍ଦିର କରୁଛି ଏବଂ ଶିଶୁର ଅଭିଭାବକ ମାନେ ଶିଶୁଙ୍କୁ ଚାପମୁକ୍ତ କରି ଗଢିଲେ ସେ ନୂତନ ସର୍ଜନା କରିବାର ସୁଯୋଗ ପାଇ ପାରିବେ ବୋଲି ବକ୍ତବ୍ୟ ରଖିଥିଲେ l ସନ୍ନମାନିତ ଅତିଥି ଭାବେ ନିୟୁଜ ୭ ର ମାଗାନ୍ନା ଓଳିଗି ର ମୁଖ୍ୟ ପରିଚାଳକ ରୂପେ ପରିଚୟ ସୃଷ୍ଟି କରିଥିବା ନିରଞ୍ଜନ ଓଝା ସମାଜ ଉପଯୋଗୀ ଉତ୍ତମ ରାଷ୍ଟ୍ରଭକ୍ତ ନିର୍ମାଣ କରିବାରେ ଶିଶୁ ବିଦ୍ୟାମନ୍ଦିରର ଭୂମିକା ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ l ସନ୍ନମାନିତ ଅତିଥି ଉତ୍କଳ କେଶରୀ ବଳିୟାରସିଂ l ବିଦ୍ୟାଳୟର ସଭାପତି ମିହିର କୁମାର ମହାନା ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ଗୁରୁମା ମମତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ଉତ୍ସବରେ ବାର୍ଷିକ କ୍ରୀଡାର କୃତି ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଅଧକ୍ଷତା କରିବା ସହ ଅଭିଭାଷଣ ପ୍ରଦାନ କରିଥିଲେ l ବିଦ୍ୟାଳୟର ଶିଶୁ ପ୍ରତିଭା ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ସେବକ ସେବିକା ଓ ପରିଚାଳନା ସମିତିର କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା l