ମନି ମାରାଥନ ଅନୁଷ୍ଠିତ
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ) କିସ ଓ କିଟ୍ ମିନି ମାରାଥନ ଏଜୁକେସନ ଫର ଅଲ୍ -୨୦୨୫ ଏଠାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଚର ଶ୍ରର୍ବାଣା ବିବେକ୍ ଏମ୍ ଯୋଗ ଦେଇ ମାରାଥନର ଶୁଭାରମ୍ଭ କରିଥିଲେ lଏହି ମିନି ମାରାଥନ ସ୍ଥାନୀୟ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସମ୍ମୁଖରୁ ଆରମ୍ଭହୋଇ ଆଇଟିଆଇ ନିକଟରେ ଶେଷ ହୋଇଥିଲା l ସରକାରୀ ଶିଳ୍ପ ତାଲିମ ଅନଷ୍ଠାନର ପଡିଆରେ ଏକ ସଚେତନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥିଭାବେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ,ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଯୋଗ ଦେଇଥିଲେ l କିସ ଓ କିଟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ହୋଇଥିବା ମାରାଥନର ଲକ୍ଷ୍ୟକୁ ଅତିଥି ମାନେ ପ୍ରଶଂସା କରିଥିଲେ l ଏଥିରେ ଛାତ୍ର ଛାତ୍ରୀଙ୍କ ସହ ଯୁବକ ଓ ଯୁବତୀ ଭାଗ ନେଇଥିଲେ l ମିନି ମାରାଥନରେ ସାମିଲ ହୋଇଥିବା ସମସ୍ତଙ୍କୁ ଅତିଥି ପ୍ରମାଣ ପତ୍ର ପ୍ରଦାନ କରିଥିଲେ l କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଏହା ପରିଚାଳିତ ହୋଇଥିଲା l କିସ ଓ କିଟ୍ କର୍ମଚାରୀ ସିମାଞ୍ଚଳ ବେହେରା, ଛାୟକାନ୍ତ ପଟ୍ଟନାୟକ, ଅଶୋକ କୁମାର ସାହୁ, ଗୋପବନ୍ଧୁ ସାହୁ, ବିଜୟ କୁମାର ପାତ୍ର, ଦିଲ୍ଲୀପ ଆଚାର୍ଯ୍ୟ,ଭଗବାନ ମଲ୍ଲିକ ଓ କଳିଙ୍ଗ ଟିଭିର ସମସ୍ତ କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ l