ତାରାତାରିଣୀ ମହାବିଦ୍ୟାଳୟରେ ୧୫ତମ ଜାତୀୟ ମତଦାନ ଦିବସ ପାଳିତ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟ ପରିସରରେ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶହଶହ ଛାତ୍ରଛାତ୍ରୀ ଓ କର୍ମଚାରୀ ଶପଥପାଠ ପୂର୍ବକ ଏହି ଦିବସକୁ ମହାଆଡମ୍ବରରେ ପାଳନ କରିଥିଲେ । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟା ରାଣୀ ପାତ୍ର, ସୁଜାତା ଦାସ, ହରି ପ୍ରିୟା ନାୟକ, ଅଧ୍ୟାପକ ରମେଶ ଚନ୍ଦ୍ର ସେନାପତି, ସମୀର କୁମାର ମିଶ୍ର, ଯୁବ ରେଡକ୍ରସ୍ ର ସଂଯୋଜକ ଏନ୍.ମୋହନ ନାଇଡୁ, ଜାତୀୟ ସେବା ଯୋଜନା ଅଧିକାରୀ ମୀନାକ୍ଷୀ ଦାଶ, ଅନୀଲ ସାହୁ, ଜୀ.ଜଗଦୀଶ୍ଵର ରାଓ ପ୍ରଭୃତି ଅଧ୍ୟାପକ ଅଧ୍ୟାପିକା ଏହି ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ।

Smart Computer Ad
You might also like
error: Content is protected !!