ପିପୁଲ୍ସ କଲେଜରେ ରାଷ୍ଟ୍ରୀୟ ମତଦାତା ଦିବସ ପାଳିତ

ବୁଗୁଡ଼ା ,୨୫/୦୧(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମତଦାତା ଦିବସ ଅବସରରେ ” ଉମେନ୍ ପାର୍ଟିସପେସନ ଇନ୍ ଇଣ୍ଡିଆନ ଇଲେକ୍ସନ : ଟ୍ରେଣ୍ଡସ୍ ଆଣ୍ଡ୍ ଚ୍ଯାଲେଞ୍ଜସ୍ ” ଶୀର୍ଷକ ଉପରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା l କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ବିନୋଦ କୁମାର କର , ପବିତ୍ର ଖଣ୍ଡୁଆଳ ଓ ଲୋକନାଥ ବେହେରା ଯୋଗଦେଇ ଭାରତୀୟ ନିର୍ବାଚନରେ ମହିଳାଙ୍କ ଅଂଶ ଗ୍ରହଣ ଏକ ଧାରା ଏବଂ ଆହ୍ବାନ ସମ୍ପର୍କେ ଆଲୋକପାତ କରିଥିଲେ। ଅନ୍ଯପକ୍ଷରେ ଛାତ୍ର ଆଶିଷ କୁମାର ଖାଡ଼ଙ୍ଗା ଓ ଅମର ନାୟକ,ଛାତ୍ରୀ ପୂଜା ଗୌଡ ଓ ମିତାଲି ଜେନା ପ୍ରମୁଖ ସ୍ବ ସ୍ବ ମତବ୍ଯକ୍ତ କାଳରେ ସାମ୍ପ୍ରତିକ ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଓ ସେମାନଙ୍କ ସକାଶେ ଆବଶ୍ୟକୀୟ ସଂରକ୍ଷଣ ଉପରେ ଗୁରୁତ୍ବାରୋପ କରିଥିଲା ବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଭାଗୀୟ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ବିଭାଗୀୟ ଦ୍ବିତୀୟ ବର୍ଷ ଛାତ୍ରୀ ରେଶ୍ମା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Smart Computer Ad
You might also like
error: Content is protected !!