ତାରାତାରିଣୀ ମହାବିଦ୍ୟାଳୟର କୃତିତ୍ୱ,
ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ,,୨୫/୦୧/):-୧୫ ତମ ଜାତୀୟ ମତଦାନ ଦିବସ ଉପଲକ୍ଷେ ପୁରୁଷୋତ୍ତମପୁର ସହର ଷ୍ଟିତ ତାରା ତାରିଣୀ ମହାବିଦ୍ୟାଳୟରସଚେତନତା କାର୍ଯକ୍ରମ ପାଇଁ ଜିଲ୍ଲା ସ୍ତରୀୟ ପୁରସ୍କାର ମିଳିଛି | ସେଥି ନିମନ୍ତେ ତାରାତାରିଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର.ସୁରେନ୍ଦ୍ର ନାଥ ପଣ୍ଡାଙ୍କୁ ଛତ୍ରପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ସମେତ ଉପଜିଲ୍ଲାପାଳ, ଶିବାଶିଷ ବରାଳ, ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଏହି ପୁରସ୍କାର ପ୍ରଦାନ କରିଥିଲେ | ଏହି ପୁରସ୍କାର ଗଞ୍ଜାମ ଜିଲ୍ଲା ରେ କେବଳ 2ଗୋଟି କଲେଜ କୁ ମିଳିଛି ପ୍ରଥମ ପୁରୁଷୋତ୍ତମପୁର ଓ 2ୟ ଛତ୍ରପୁର କଲେଜ ଅଟେ। ଯେଉଁଥିପାଇଁ ମହାବିଦ୍ୟାଳୟ ପାଇଁ ଏହା ଗର୍ବ ଓ ଗୌରବ ଆଣି ଦେଇଛି | ଏହି ପୁର ସ୍କାର ପାଇବା ଯୋଗୁଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ର କୁମାର ପଣ୍ଡା ସମସ୍ତ ଷ୍ଟାଫ ଓ କର୍ମଚାରୀ ତଥା ଛାତ୍ର, ଛାତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
