ବରିଷ୍ଠଙ୍କ ଆଶୀର୍ବାଦ ଯୁବ ପୀଢ଼ିଙ୍କ ପାଇଁ ବରଦାନ     

ନୟାଗଡ(ପ୍ରଭାକର ଶିରୋମଣି):- ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ l ସେମାନଙ୍କ ନିଷ୍ଠା ଆଉ ତ୍ୟାଗ  ର ତୁଳନା ନାହିଁ l ବରିଷ୍ଟଙ୍କ ଉପସ୍ଥିତି ପରିବାର ଭିତରେ ଶୃଙ୍ଖଳା ରକ୍ଷା କରିଥାଏ l ସେମାନଙ୍କ ନୀତି, ଆଦର୍ଶ ଓ ପ୍ରେରଣା ସାନ ମାନଙ୍କ ପାଇଁ ମଙ୍ଗଳ ହୋଇଥାଏ  ବୋଲି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅଧୀନ ବନମାଳୀପୁର ଠାରେ ଆୟୋଜିତ ଆଞ୍ଚଳିକ ବରିଷ୍ଠ ନାଗରିକ ଫୋରମ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ l 
               ଏହି ସଭାରେ ଖଣ୍ଡପଡା ପଠାଣି ସାମନ୍ତ ବରିଷ୍ଠ ନାଗରିକ ଫୋରମ ର ସଭାପତି ଅଖିଳକୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l ସମ୍ମାନିତ   ଅତିଥିଭାବେ ନୟାଗଡ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ତଥା ବରିଷ୍ଠ ସାମ୍ୱାଦିକ ପ୍ରମୋଦ କୁମାର ପଟ୍ଟନାୟକ, ଭାପୁର ବ୍ଳକ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ପ୍ରଭାକର ସାହୁ, ଖଣ୍ଡପଡା ଉପଖଣ୍ଡ.ଥାନା  ଅଧିକାରୀ ବିମଳ କୁମାର ବାରିକ, ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ପରିଡା, ଖଣ୍ଡପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପମା ବେହେରା ଓ ସରପଞ୍ଚ ବାସନ୍ତୀ ବେହେରା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଉପସଭାପତି ପବିତ୍ର କୁମାର ସାହୁ ବିବରଣୀ ପାଠ କରିଥିଲେ ଓ ସମ୍ପାଦକ ଲକ୍ଷ୍ମୀଧର ସାଥୁଆ ଏବଂ କାଶୀନାଥ  ତ୍ରିପାଠୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏହି ଅବସରରେ ୪୦ ଜଣ ବରିଷ୍ଠ ନାଗରିକ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l 

Smart Computer Ad
You might also like
error: Content is protected !!