ମୋଟାବାଡି ଗ୍ରାମରେ ଜନଶୁଣାଣୀ,ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବୁଗୁଡ଼ା,୨୩/୦୧(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମର ବଡ଼ଦାଣ୍ଡ ଠାରେ ଆଜି ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଓ ସ୍ବାଗତ ସମ୍ବର୍ଦ୍ଧନା ସଭା ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ସୁଶାନ୍ତ କୁମାର ଡାକୁଆ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ, ପଶୁପାଳନ ଓ କ୍ଷୁଦ୍ର,ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇ ତାହାର ଫାଇଦା ନେବାପାଇଁ ପରାମର୍ଶ ଦେଇଥିଲେ। ଏହାସହିତ ଯେକୌଣସି ଲୋକଙ୍କ ଅସୁବିଧା ହେଲେ ସିଧାସଳଖ ମୋ ସହିତ ଯୋଗାଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ ବାଲିଛାଇ, ନାଗିରି ଓ ଠଣାପଲ୍ଲୀ ଗ୍ରାମର ନାମ ମୋଟାବାଡି ପଞ୍ଚାୟତ ତାଲିକାରେ ନଥିବା ହେତୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ଥାନିତ କରିଥିବା ପ୍ରକାଶ କରିଥିଲେ। ମୋଟାବାଡି ଗ୍ରାମର ଲୋକଙ୍କ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରି ଉପସ୍ଥିତ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏବଂ ଏହାସହିତ ଡାକରାବାଡି ଗ୍ରାମର ଭାସ୍କର ପ୍ରଧାନ, ସୁଶାନ୍ତ ପ୍ରଧାନ, ଗୌର ପ୍ରଧାନ, ସନ୍ତୋଷ ପ୍ରଧାନ, ବିଶୁ ପ୍ରଧାନ, ବିପ୍ର ପ୍ରଧାନ,ଶରତ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେଡି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ସମସ୍ତଙ୍କୁ ମନ୍ତ୍ରୀ ବିଜେପି ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରାଇଥିଲେ।ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ସମିତି ସଭ୍ୟ ଶିବଶଙ୍କର ପ୍ରଧାନ,ଗଙ୍ଗାଧର ନାୟକ, ହରିହର ସାହୁ, ମଦନ ଗୋପାଳ ଦୋରା, ସୁନୀଲ ପାଢ଼ୀ, ସୁଶାନ୍ତ କୁମାର ରାଉତ, ବସନ୍ତ କୁମାର ସାମଲ, ଉମାଶଙ୍କର ଜେନା, ଦିଲ୍ଲୀପ ପ୍ରଧାନ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।


Smart Computer Ad
You might also like
error: Content is protected !!