କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୩/୧):-ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ କେ .ଏମ. ଭାଲିଆସାହି ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଉକ୍ତ ଅବସରରେ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କର ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ବିଦ୍ୟାଳୟ ପରିସରରେ ଥିବା ମହା ପୁରୁଷ ମାନଙ୍କ ପ୍ରତି ମୂର୍ତ୍ତିଗୁଡିକରେ ମଧ୍ୟ ଧୂପ ଦୀପ ଏବଂ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଉପସ୍ଥିତ ଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କର ଆତ୍ମ ଜୀବନୀ ଏବଂ ଦେଶ ପ୍ରତି ତାଙ୍କର ଅବଦାନ ତଥା ଦେଶ ପାଇଁ ତାଙ୍କର ନିଷ୍ଠାପର କାର୍ଯ୍ଯ ବିଷୟରେ ବକ୍ତୃତା ପ୍ରଦାନ କରି ସମସ୍ତଙ୍କ ମନରେ ଦେଶ ପ୍ରୀତିର ଭାବନା ଜାଗ୍ରତ କରାଇଥିଲେ। ଏହା ସହିତ ପିଲାମାନେ ଭାଷଣ ପ୍ରଦାନ କରିବା ସହ ବିଭିନ୍ନ ପ୍ରକାରର ଦେଶାତ୍ମବୋଧକ ସଙ୍ଗୀତ ମଧ୍ୟ ଗାନ କରିଥିଲେ । ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

You might also like
error: Content is protected !!