ଜଙ୍ଗଲ ସୁରକ୍ଷା ନିମନ୍ତେ ସଚେତନ ରାଲି ଅନୁଷ୍ଠିତ
ଚନ୍ଦ୍ରପୁର(କୈଳାସ ମାଳ ବିଶୋଇ)-: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ଚନ୍ଦ୍ରପୁର ବନ ବିଭାଗ ଫରେଷ୍ଟର ଅସ୍ପିନ କୁମାର କରକରିଆଙ୍କ ନେତୃତ୍ୱ ରେ ଜନ ସୁରକ୍ଷା ନିମନ୍ତେ ସଚେତନ ରାଲି ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥିଭାବେ ସାର୍କୀମା ସରପଞ୍ଚ ଶ୍ରୀ ଫକିର ମୋହନ ଗୋମିଡାଙ୍ଗା ଯୋଗଦେଇଥିଲେ ଚନ୍ଦ୍ରପୁର ଫରେଷ୍ଟର ଅଫିସ ଠାରୁ ଆରମ୍ବ କରି ଚନ୍ଦ୍ରପୁର ମୁଖ୍ୟ ବଜାର ପରିକ୍ରମା କରି ଅଞ୍ଚଳର ଲୋକଙ୍କୁ ଜଙ୍ଗଲ ରେ ନିଆଁ ନ ଲକାଇବା, ପଡ଼ୁଚାଷ କରିବା ବନ୍ଦ କରିବା ନିମନ୍ତେ ସଚେତନ ର ବାର୍ତ୍ତା ପ୍ରଚାର ପ୍ରସାର କରିବା ନିମନ୍ତେ ସଚେତନ କରିଛନ୍ତି l ଏହି ସଚେତନ କାର୍ଯ୍ୟକ୍ରମ ରେ ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନସିପାଲ ଶ୍ରୀ ରଞ୍ଜିତ ପ୍ରଧାନ, ଭୟରାମ ନାୟକ, SSD ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌର ହରି ସାହୁ, ଚନ୍ଦ୍ରପୁର ଅଞ୍ଚଳରସମାଜ ସେବା କର୍ମୀ କୈଳାସ ମାଳବିଶୋଇ,ମୁରାରୀ ପ୍ରସାଦ ଦଣ୍ଡସେନା, ପରକ୍ଷିତ ବେହେରା, ରତନ ଦାସ ମାଳବିଶୋଇ, ଲକ୍ଷ୍ମଣ ଦଳେଇ , ଗୁରୁନାଥ ଜାମି, ମଙ୍ଗଳ ଦେବ ପସ୍କା, ରସେନ୍ତ ଟାଙ୍ଗାରାଙ୍ଗା,ବେଲାଳ ସନ ପ୍ରଧାନୀ,କୃଷ୍ଣ ଚନ୍ଦ୍ର ହିଆଲ,ଶିରିବଚ ପାତ୍ର,ବୁଦୁବାଲି ପଞ୍ଚାୟତ ବର୍ଚ୍ଚିଗୁଡା ଗ୍ରାମର VSS, ରନାଗୁଡ଼ା ଗ୍ରାମର VSS ସୁନ୍ଦରପତି ନାୟକ, ବୁଦୁବାଲି ଗ୍ରାମର VSS କର୍ମକର୍ତ୍ତା ଓ ଅନ୍ୟାନ୍ୟ ଗ୍ରାମର କର୍ମକର୍ତ୍ତା ମାନଙ୍କ ସହ SSD ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ, SSD ବାଳକ ବିଦ୍ୟାଳୟ ଛାତ୍ର ଙ୍କ ମିଳିତ ସହଯୋଗ ରେଲୋକଙ୍କୁ ସଚେତନ କରିବା ନିମନ୍ତେ ଚନ୍ଦ୍ରପୁର ମୁଖ୍ୟ ସହର ଠାରୁ ଆରମ୍ଭ କରି ଇନ୍ଦିରା ବlସ ସାହି, ମୁଚୁଲୁଗୁଡ଼ି ଓ ବୁଦୁବାଲି ପଞ୍ଚାୟତ ହୀରାପୁର, ଗଡ଼l ବାଦେରୀ,ଛକପଦର, ବାଣ୍ଡଙ୍ଗାପଡା,ଜାରପା ଓ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ଜଙ୍ଗଲରେ ନିଆଁ ଲଗାଇବା କୁ ମନା କରିବା ସହ ଲୋକଙ୍କୁ ପଡ଼ୁ ଚାଷ ପାଇଁ ନିଆଁ ଲଗାଇବ ଯିଏ ଅପରାଧୀ ହୋଇ ଦଣ୍ଡ ପାଇବ ସିଏ, ଭାଇ ଭଉଣୀ ଜାଗ୍ରତହୁଅ ପଡ଼ୁ ଚାଷ ପାଇଁ ଦୁରେଇ ରୁହ, ମନୁଷ୍ୟ ସମାଜ ବଞ୍ଚି ରହିବା ଜଙ୍ଗଲ ସୁରକ୍ଷା ଯେବେ କରିବା, ମାଟି ପାଣି ଯେ ପବନ ଦିଏ ସେହିତ ଜଙ୍ଗଲ ଜୀବନ ଦିଏ, ଆମରି କର୍ତ୍ତବ୍ୟ ଆମରି ପଣ ଜଙ୍ଗଲ ସୁରକ୍ଷା କରିବା ଜାଣ ନାରା ଦେଇ ଲୋକଙ୍କୁ ସଚେତନ କରିଥିଲେ l ଏହି କାର