ଦାୟିତ୍ୱ ନେବା ପରେ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା ଦେଲେ ଜଣେ ଭାରତୀୟ, ଆମେରିକାରେ ଚହଳ

ନୁଆଦିଲ୍ଲୀ(ଏସ.ଏ.ପି,):ଆମେରିକୀୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ମଧ୍ୟରେ, ବିବେକ ଘୋଷଣା କରିଥିଲେ ଯେ ସେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନରେ ତାଙ୍କୁ ଦିଆଯାଇଥିବା ଦାୟିତ୍ୱରୁ ଓହରି ଯାଉଛନ୍ତି। ଟ୍ରମ୍ପ ତାଙ୍କୁ ଏଲନ ମସ୍କଙ୍କ ସହ ନୂଆ ବିଭାଗ DOGE ପରିଚାଳନା କରିବାକୁ କହିଥିଲେ। କିନ୍ତୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମୟ ପାଖେଇ ଆସିବାବେଳେ ବିବେକ ଏଡାଠାରୁ ଦୂରତା ବଜାୟ ରଖିଥିଲେ। ବିବେକ ଏନେଇ X ରେ କହିଛନ୍ତି ଯେ, ସେ ଖୁବ ଶୀଘ୍ର ଓହାଇଓରେ ତାଙ୍କର ଭବିଷ୍ୟତ ଯୋଜନା ପ୍ରକାଶ କରିବେ।
ବିବେକ ରାମସ୍ବାମୀ ଓହାଇଓରୁ ରାଜ୍ୟପାଳ ର୍ନିବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। ସେ ବିଦ୍ୟମାନ ଆମେରିକୀୟ ବ୍ୟବସ୍ଥା ଉପରେ ଆକ୍ରମଣ ପାଇଁ ନିରନ୍ତର ଖବରରେ ରହିଛନ୍ତି। ବିବେକଙ୍କ ରାଜନୈତିକ ଆକ୍ରମଣ ରାଷ୍ଟ୍ରପତି ର୍ନିବାଚନ ସମୟରେ ବାଇଡେନ-ହାରିସଙ୍କ ବିରୋଧରେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥିତିକୁ ମଜବୁତ କରିଥିଲା। ସେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ତାଙ୍କର ରାଜନୈତିକ ଯୁଦ୍ଧ ଆରମ୍ଭ କରିଥିଲେ କିନ୍ତୁ ଟ୍ରମ୍ପଙ୍କୁ ସମର୍ଥନ ଘୋଷଣା କରିଥିଲେ।
ଯୁବ ଏବଂ ମଧ୍ୟବିତ୍ତ ଆମେରିକୀୟଙ୍କ ମଧ୍ୟରେ ବିବେକ ରାମସ୍ବାମୀଙ୍କ ଲୋକପ୍ରିୟତା ଯୋଗୁଁ, ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ତାଙ୍କର ଉପରାଷ୍ଟ୍ରପତି ପ୍ରାର୍ଥୀ କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏହା ଘଟିଲା ନାହିଁ। ଟ୍ରମ୍ପ ତାଙ୍କୁ ଏକ ବଡ଼ ପଦବୀ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ର୍ନିବାଚନରେ ବିଜୟୀ ହେବା ପରେ, ବିବେକଙ୍କ ସମର୍ଥକମାନେ ଆଶା କରିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ତାଙ୍କର ବୈଦେଶିକ ମନ୍ତ୍ରୀ କରିପାରନ୍ତି। ଟ୍ରମ୍ପ ତାଙ୍କୁ ଏଲନ ମସ୍କଙ୍କ ନେତୃତ୍ୱରେ ସୃଷ୍ଟି ହୋଇଥିବା ଏକ ନୂଆ ବିଭାଗ DOGE ସହିତ ଜଡିତ କରିଥିଲେ। ଏହା ବିବେକଙ୍କ ରାଜନୈତିକ କ୍ୟାରିଅର ପାଇଁ ଭଲ ସଙ୍କେତ ନଥିଲା। ସମୟ ସହିତ, ସେ ଏଥିରୁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଟ୍ରମ୍ପ ଶପଥ ନେବା ମାତ୍ରେ ଏହାର ସାର୍ବଜନୀନ ଘୋଷଣା କରିଥିଲେ।
ବିବେକ ରାମସ୍ବାମୀ ଜଣେ ଭାରତୀୟ-ଆମେରିକୀୟ ବ୍ୟବସାୟୀ, ଲେଖକ ଏବଂ ରାଜନେତା। ଗତ ବର୍ଷ ସେ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନିଜର ଭାଗ୍ୟ ଚେଷ୍ଟା କରିଥିଲେ। ଯଦିଓ ସେ ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱ ବିରୋଧରେ ଠିଆ ହୋଇପାରିଲେ ନାହିଁ, କିନ୍ତୁ ତାଙ୍କର ରାଜନୈତିକ ଦୃଷ୍ଟିକୋଣ ଏବଂ ଆକ୍ରମଣାତ୍ମକ ମନୋଭାବ ଯୋଗୁଁ ସେ ବହୁତ ଲୋକପ୍ରିୟ ହୋଇଗଲେ। ଟ୍ରମ୍ପ ଅନେକ ଥର ବିବେକଙ୍କୁ ପ୍ରଶଂସା କରିଛନ୍ତି ଏବଂ ର୍ନିବାଚନ ଜିତିବା ପରେ ବିବେକ ରାମସ୍ବାମୀଙ୍କୁ ଏକ ବଡ଼ ଭୂମିକା ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ବିବେକଙ୍କ ସମର୍ଥକମାନେ ଭାବନ୍ତି ଯେ ଟ୍ରମ୍ପ ଭାରତୀୟ ବଂଶୋଦ୍ଭବ ଭୋଟର ଏବଂ ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିବେକଙ୍କୁ ରାଜନୈତିକ ଭାବରେ ବ୍ୟବହାର କରିଥିଲେ।

You might also like
error: Content is protected !!