ଜି ଆଇ ମାନ୍ୟତା ସତ୍ୱେ ଚାଷୀଙ୍କୁ ମିଳିଲାନି ପ୍ରୋତ୍ସାହନ 

ନୟାଗଡ଼,(ପ୍ରଭାକର ଶିରୋମଣି):- ନୟାଗଡ ଜିଲ୍ଲା ଖଣ୍ଡପଡା ଓ ଭାପୁର ବ୍ଳକ ଅଞ୍ଚଳ କଣ୍ଟେଇ ମୁଣ୍ଡି ବାଇଗଣ ଉପ୍ତାଦନ ଯଥେଷ୍ଟ ପରିମାଣରେ ହେଉଥିଲା ବେଳେ ଆମ ରାଜ୍ୟ ଓଡିଶା ସହିତ ସମଗ୍ର ଭାରତ ଵର୍ଷ ରେ ବେଶ ଲାଭ  କରିଥିଲା l ଏହା ବ୍ୟତୀତ କଣ୍ଟିଲୋ ରେ ଉତ୍ପାଦିତ କଂସା ବାସନ ର ଚାହିଦା ସମଗ୍ର ଦେଶ ତଥା ବାହାର ଦେଶ ମାନଙ୍କରେ ଆଦୃତ ଲାଭ କରିଥିଲା l ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ “ଛେନା ପୋଡ଼ “ଓ କଣ୍ଟିଲୋ ର “କଂସା ବାସନ ‘ କୁ ଭୌଗୋଳିକ ମାନ୍ୟତା ଦେବାପାଇଁ ଗତ ୨୦୨୨ ମସିହାରୁ ଚେଷ୍ଟା ଚାଲିଥିଲା ଓ ଏଥିପାଇଁ ଭୁବନେଶ୍ୱର ସଚିବାଳୟରୁ ଆସିଥିବା ଅଭିଜ୍ଞ  ବିଶେଷଜ୍ଞ ଙ୍କ ଉପସ୍ଥିତିରେ ବାରମ୍ବାର ଜିଲ୍ଲା ସ୍ତରରେ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରୀ ରହିଥିଲା କିନ୍ତୁ କେଉଁକାରଣରୁ ଜିଲ୍ଲା ପ୍ରଶାସନ ଏଥିରୁ ଓହରି ଗଲେ ତାହା କମିଟି ସଭ୍ୟ ମାନଙ୍କୁ ଜଣାଇ ଦିଆ ଯାଇନଥିଲା l 
                ଅପର ପକ୍ଷରେ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ବଡ ବାଣପୁର, ରତନପୁର, କୁମୁଣ୍ଡି, ଘଣାଶାଳିଆ, ସିଧାମୁଳା ଓ ଭାପୁର ବ୍ଳକ ଅନ୍ତର୍ଗତ ପଦ୍ମାବତୀ, କରବର, ବଡବର, ପଥର ଚକଡା, ମାଧପୁର, ଧାନ ଚାଙ୍ଗଡ଼ା ଓ ଲକ୍ଷ୍ମୀ ପ୍ରସାଦ ଅଞ୍ଚଳର ମହାନଦୀ କୂଳ ମାନଙ୍କରେ  ବହୁଳ ପରିମାଣରେ ଏହି ଭିଟାମିନ ଯୁକ୍ତ କଣ୍ଟେଇ ମୁଣ୍ଡି ବାଇଗଣ ଚାଷ କରାଯାଉଥିଲା ବେଳେ ଏହି କୃଷିଜାତ ପଦାର୍ଥ କୁ ମର୍ଯ୍ୟାଦା ପୂର୍ଣ୍ଣ  ଜି ଆଇ ମାନ୍ୟତା ମିଳିବା ପାଇଁ ଓଡିଶା କୃଷି ବିଶ୍ୱ ବିଦ୍ୟାଳୟ ର କୃଷି ବିଜ୍ଞାନ କେନ୍ଦ୍ର,ବଡବାଣପୁର “ନୀଳମାଧବ କୃଷି ସଂଗଠନ”  ସ୍ବେତ୍ସା ସେବୀ   ଅନୁଷ୍ଠାନ ପକ୍ଷରୁ ଜି ଆଇ ମାନ୍ୟତା ପାଇଁ  ଦାବି କରାଯାଇଥିଲା  l ଏହା ସହିତ  ନୟାଗଡ ଜିଲ୍ଲା ପ୍ରଶାସନର ଉଦ୍ୟମ ପ୍ରଶଂସନୀୟ ଥିଲା  l ସୂଚନା ଯୋଗ୍ୟ ଯେ, ଏହି ବାଇଗଣର ଗଛ ଓ ପତ୍ର କଣ୍ଟକିତ ହୋଇଥିବାରୁ କଣ୍ଟେଇ ମୁଣ୍ଡି ବାଇଗଣ ଭାବରେ ସୁଖ୍ୟାତି ଅର୍ଜନ କରିଥିବା କୁହାଯାଉଛି l ଉକ୍ତ ବାଇଗଣ ଅନ୍ୟ ବାଇଗଣ ଅପେକ୍ଷା ସୁସାଦୁ ହେବା ସହ ତାହାର ଗୁଣବତ୍ତାର ମଧ୍ୟ ସ୍ୱତନ୍ତ୍ରତା ରହିଥିବା ପରୀକ୍ଷାରୁ ଜଣାପଡେ l 
           ଉଲ୍ଲେଖ ଯୋଗ୍ୟ, ଭୌଗୋଳିକ ମାନ୍ୟତା ପାଇବାପରେ ଚାଷୀ ମାନଙ୍ଗୁଣବତ୍ତାର ମଧ୍ୟ ସ୍ୱତନ୍ତ୍ରତା ରହିଥିବା ପରୀକ୍ଷାରୁ ଜଣାପଡେ l           
                        ଜି ଆଇ ମାନ୍ୟତା ସତ୍ୱେ ଚାଷୀଙ୍କୁ ମିଳିଲାନି ପ୍ରୋତ୍ସାହନ    
           ଉଲ୍ଲେଖ ଯୋଗ୍ୟ, ଭୌଗୋଳିକ ମାନ୍ୟତା ପାଇବାପରେ ଚାଷୀ ମାନଙ୍କ ମନରେ ଖୁସୀ ର ଲହରୀ ଖେଳି ଯାଇଥିଲା l ଅଧିକ ଚାଷ କରି ବହୁତ ଲାଭ ବାନ ହେବେ ବୋଲି ଆଶା କରିଥିଲେ କିନ୍ତୁ ସରକାର ପ୍ରୋତ୍ସାହନ ରାଶି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଚାଷୀ ମାନଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି l 
            ସମ୍ପ୍ରତି ବାଇଗଣ ଚାଷୀ କୁମୁଣ୍ଡିର   ସର୍ବେଶ୍ୱର ପ୍ରଧାନ ଓ ବିନୋଦ ରାଉତ, ବାଣପୁର  ଜୟକୃଷ୍ଣ ବେହେରା, ଶିବାଜୀ ରାଉତ, ରତନପୁର ଓ ଭଉଁରିଆ ରାଉତ, ଢିପି ସାହି   ମାନେ ଆଗ୍ରହ ସହ ଜମି ମାନଙ୍କରେ କଣ୍ଟେଇ ମୁଣ୍ଡି ବାଇଗଣ ଚାଷ କରି ଆସୁଥିଲେ ମଧ୍ୟ ଓଡ଼ିଶାରେ ଏହାର ଜି ଆଇ ମାନ୍ୟତାର ମର୍ଯ୍ୟାଦା ରାଜ୍ୟ ସରକାର ରଖି ପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି l 

You might also like
error: Content is protected !!