ଆସନ୍ତୁ ଜାଣିବା… ମଧୁମେହ ପାଇଁ ରାମବାଣ ଅଁଳା !

ଖୋର୍ଦ୍ଧା (ସଞ୍ଜୀବ କୁମାର):-ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ମଧୁମେହରେ ମୃତ୍ୟୁବରଣ କରନ୍ତି ।ମଧୁମେହ ବଢିବା ଦ୍ବାରା ଶରୀରର ଅନେକ ଅଂଶ ଉପରେ ପଡିଥାଏ ଖରାପ ପ୍ରଭାବ ।ଏଥିପାଇଁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଏହାକୁ ନିୟନ୍ତ୍ରଣ କରିବ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଅଁଳା । ଏଥିରେ ଅନେକ ଗୁଣ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ଅଁଳାରେ ଆଣ୍ଟିଅକ୍ସିଡାଣ୍ଟ ସହିତ, ଭିଟାମିନ୍ ସି, ଭିଟାମିନ୍ ଏବି, ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, କାର୍ବୋହାଇଡ୍ରେଟ୍ ଏବଂ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ। ଏହା ଗ୍ଲୁକୋଜ୍ ସ୍ପାଇକ୍କୁ ରୋକେ, ମେଟାବୋଲିଜିମ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏହାବ୍ୟତୀ ରୋଗର କୁପ୍ରଭାବରୁ ହାର୍ଟକୁ ରକ୍ଷା କରେ । ତେଣୁ ମଧୁମେହ ରୋଗୀ ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ୍ । ଅଁଳା ରସ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଅଁଳା, ଦୁଇଟି ଲବଙ୍ଗ, ୨ଟି ଗୋଲମରିଚ ଏବଂ ଛୋଟ ଅଦା ଖଣ୍ଡକୁ ପେଷି ପାଣିରେ ମିଶାଇ ପିଅନ୍ତୁ । ଏହାବ୍ୟତୀତ ଅଁଳା ଏବଂ ହଳଦୀ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ। ଏହା ଇନସୁଲିନ୍ ସ୍ତରକୁ ସନ୍ତୁଳିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

You might also like
error: Content is protected !!