ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ):-ଶ୍ରୀ ଶ୍ରୀ ଶ୍ରୀ ପ୍ରଭୁ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସଵ ଆରମ୍ଭ ହୋଇଛି l ଲାଞ୍ଜିପଲ୍ଲୀ ମୁଖ୍ୟ ରାସ୍ତାରେ ୩ଦିନ ତଥା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହା ଚାଲୁରହିବ l କଳସ ଯାତ୍ରା କାର୍ଯ୍ୟକ୍ରମରେ ବହୁ ମହିଳାଙ୍କ ସମେତ ଯୁବ ସମାଜସେବୀ ସୁନୀଲ ବିଶୋଇ ଏବଂ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ l ଆସନ୍ତା ୨୩ ଓ ୨୪ ଦୁଇ ଦିନ ଧରି ହନୁମାନ ଚାଳିଶା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l କମିଟି ଏବଂ ଅଞ୍ଚଳ ବାସୀଙ୍କ ସହଯୋଗରେ କାର୍ଯକ୍ରମ ଚାଲୁ ରହିଛି l

You might also like
error: Content is protected !!