ମେଗା ସ୍ବାସ୍ଥ୍ୟ ଶିବିର
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ): ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସହରୀ ବ୍ୟାଙ୍କ ସଭାପତି ଓ ରାଧା କୃଷ୍ଣ ବଣିକ ସଂଘ ସଭାପତି ଆର ମୁରଲୀ ମୋହନଙ୍କ ଜନ୍ମ ଦିନ ଅବସରରେ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l ଏହି ୧୪ତମ ମେଗା ରକ୍ତ ଦାନ ଶିବିରରେ ୩୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି l କର୍ପୋରେଟର ଆର୍ ପାୱାନୀ ଏହି ଅବସରରେ ଉପସ୍ଥିତ ଥିଲେ l ପୂର୍ବତନ ବିଧାୟକ ଡ ଆର୍ ସି ସି ପଟ୍ଟନାୟକ, ମେୟର ସଂଘମିତ୍ରା ଦଳାଇ, କମିଶନର,ସୁବାଷ ମହାରଣାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l ସ୍ଥାନୀୟ ତୁଳସୀ ନଗର ରବି ସେଲିବ୍ରେସନ କଲ୍ୟାଣ ମଣ୍ଡପ ଠାରେ ଏହା ଅନୁଷ୍ଟିତ ହୋଇଥିଲା l ୯୦ ଜଣଙ୍କ ଆଖିର ପରୀକ୍ଷା ହୋଇଥିଲା l ୧୫ ଜଣଙ୍କ ମାଗଣାରେ ଅସ୍ତ୍ରପଚାର କରାଯିବ l୧୭ ଜଣଙ୍କୁ ମାଗଣାରେ ଚଷମା ବଣ୍ଟନ କରାଯାଇଛି l ୭ ଜଣଙ୍କ ଆଖି ଡୋଳା ଉପରେ ମାଡ଼ିଯିବା ପତଳା ସ୍ତର ମାଗଣାରେ ଅପରେସନ ହେବ । ୫ଶହରୁ ଅଧିକା ବିଭିନ୍ନ ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଛି l ବହୁ କର୍ମକର୍ତ୍ତାଙ୍କ ଅଞ୍ଚଳ ଲୋକେ ଉପସ୍ଥିତ ରହି ଏହାକୁ ସହଯୋଗ କରିଥିଲେ l ମେଡିକେଲ କର୍ମକର୍ତ୍ତା ଉପସ୍ଥିତ ଥିଲେ l