ଇଷ୍ଟ ସାଧୁ ସେବସ୍ତିଆନଙ୍କ ୨୫ତମ ବାର୍ଷିକ ସମାରୋହ ପର୍ବ ଅନୁଷ୍ଠିତ
ଚନ୍ଦ୍ରପୁର,(କୈଳାସ ମାଳବିଶୋଇ,୨୦/୧): ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ ଅନ୍ତର୍ଗତ ବାଦୀମୁଣ୍ଡା ଗ୍ରାମରେ ଇଷ୍ଟ ସାଧୁ ସେବସ୍ତିଆନଙ୍କ 25 ତମ ବାର୍ଷିକ ସମାରୋହ ପର୍ବ ଚନ୍ଦ୍ରପୁର ଧର୍ମାଞ୍ଚଳ ମୁଖ୍ୟ ଯାଜକ ଫାଦେର ଅଜୟ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l
ପ୍ରଥମେ ସାଧୁ ସେବସ୍ତିଆନ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ ସମ୍ନାନ ପଦର୍ଶନ କରିଥିଲେ l ବାଦୀମୁଣ୍ଡା ଗ୍ରାମର ରୋମାନ କ୍ୟାଥଲିକ ଖ୍ରୀଷ୍ଟିଆନ ମାନେ ସାଧୁ ସେବସ୍ତିଆନ ଙ୍କ ନାମରେ ଗ୍ରାମରେ ବାର୍ଷିକ ପର୍ବ ପାଳନ କରି ଆସୁଥିଲେ l ଆଜି ଗ୍ରାମରେ ସାଧୁ ସେବସ୍ତିଆନ ଙ୍କ ନାମରେ 25 ତମ ବାର୍ଷିକ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ରାୟଗଡା ଧର୍ମାଞ୍ଚଳ VG ଫାଦେର ଶାନ୍ତି ଚନ୍ଦନ ପାଣି, ଯୋଗଦେଇ ଯୀଶୁଙ୍କର ବିଷୟରେ ବାକ୍ୟ ପ୍ରଚାର କରିଥିଲେ l ଏବଂ ଅମ୍ବାଦଳା ଧର୍ମାଞ୍ଚଳ ମୁଖ୍ୟ ଧର୍ମ ଯାଜକ ଫାଦେର ହେମନ୍ତ ମଲିକ ଯୋଗଦେଇ ସାଧୁ ସେବସ୍ତିଆନ ଙ୍କ ଜୀବନି ବିଷୟରେ ବୁଝାଇଥିଲେ l ଏଥିରେ ରାୟଗଡା ଧର୍ମାଞ୍ଚଳ କାତିଡ୍ରାଲ ଫାଦେର ଉମାକାନ୍ତ ମାଳି, ଫାଦେର ସୁରେନ୍ଦ୍ର ବେବର୍ତ୍ତା, ଗୁଡାରି ଧର୍ମାଞ୍ଚଳ ମୁଖ୍ୟ ଯାଜଜ ଚନ୍ଦୁଲାଲ ବାଲ୍ୟରସିଂ,ଫାଦେର ଇଗ୍ନାଶ,ଫାଦେର ଅମିର ଲିମା , ଫାଦେର ଅଞ୍ଜନ ନାୟକ ଏହି ସମାରୋହ ରେ ଯୋଗଦେଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଓ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ଵାକା, ଚନ୍ଦ୍ରପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଶ୍ରୀ ମଙ୍ଗଳା ଦିବାକା ଯୋଗଦେଇଥିଲେ l ଏଥିରେ ଚନ୍ଦ୍ରପୁର ଅଞ୍ଚଳର ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ଵାସ୍ୱିନୀ ଯୋଗଦେଇବାଦୀମୁଣ୍ଡା ଗ୍ରାମ୍ୟ ସାଧୁ ସେବସ୍ତିଆନ ଙ୍କ 25 ତମ ଜୁବୁଲି ଲୁକାଶ ବ୍ରେଡ଼େକା, ରଫାଏଲ ବ୍ରେଡ଼େକା, ଲବିନା ଗଗେରାଙ୍ଗା, ସନାତନ ଗଗେରାଙ୍ଗା, ବୁଡୁ ବ୍ରେଡ଼େକା ଙ୍କ ଓ ଆଖ ପାଖ ଅଞ୍ଚଳର ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ଵାସ୍ୱିନୀ ଯୋଗଦାନ କରି ପାଳନ କରିଥିଲେ l ଏଥିରେ ବାଦୀମୁଣ୍ଡା ଗ୍ରାମର ଯାକବ, ଜୟନ୍ତ,ତୋଫାନ, ତ୍ରିନାଥ, ଲେମ୍ବୁଡୁ, ମେଦାର୍ଦ୍ଧ ଓ ଗ୍ରାମର ସମସ୍ତେ ସହଯୋଗ କରିଥିଲେ l
