ଚଳନ୍ଧା ଆକ୍ଟିଭା କାର ରେ ଲାଗିଲା ନିଆଁ


ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତି ୮.୩୦ ସମୟରେ ମହାସିଙ୍ଗ ଗ୍ରାମର ଏକ ପରିବାର କୋଟଗଡ ବ୍ଲକ ର ସୁବର୍ଣ୍ଣଗିରି ନିକଟସ୍ଥ ଲୁଦୁ ଜଳପ୍ରପାତ ବୁଲିବା ପାଇଁ ଯାଇଥିଲେ । ବୁଲାବୁଲି ସାରି ଘରକୁ ଫେରୁଥିବା ବେଳେ ହଠାତ ଗାଡିର ଇଞ୍ଜିନ ରେ କିଛି ଧୁଆଁ ବାହାରିବା ସହ ନିଆଁ ଦେଖୁବାକୁ ମିଳିଥିଲା ଏହା ପରେ ଡ୍ରାଇଭର ର ଉପସ୍ଥିତି ବୁଦ୍ଧି ଯୋଗୁଁ ଗାଡିଟି ରଖିବା ସହ ସମସ୍ତ ଯାତ୍ରୀ ଙ୍କୁ ସଙ୍ଗେ ସଙ୍ଗେ ଗାଡିରୁ ଓଲ୍ଲାହିବା ସହ ଦମକଳ କେନ୍ଦ୍ର କୁ ଫୋନ କରିଥିଲେ I ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଗାଡିଟି ହୁ ହୁ ହୋଇ ସ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘଟଣା ସ୍ଥଳରେ ରେ ପୋଲିସ ର ପେଟ୍ରୋଲିଂ ଗାଡି ପହଞ୍ଚି ଏସଆଇ ସ ସଞ୍ଜୟ ସ୍ବାଇଁ ଯାତ୍ରୀ ମାନଙ୍କୁ ସୁରକ୍ଷିତ ରଖିବା ସହ ଘଟଣାର କାରଣ ପଚାରିଥିଲେ। ।ଆଉ ଦୁଇ କିଲୋମିଟର ପରେ ସେହି ପରିବାର ତାଙ୍କ ଘରେ ପହଞ୍ଚି ଥାନ୍ତେ । କିନ୍ତୁ ବିଧୂର ବିଧାନ କିଭଳି ଚଳନ୍ତା କାର ରେ ନିଆଁ ଲାଗି ଯାଇଥୁଲା ଅଳ୍ପକେ ସମସ୍ତେ ମୃତୁ ମୁଖରୁ ବଞ୍ଚିଯାଇଥିଲେ । ଏ ସମ୍ପର୍କରେ ଥାନା ଅଧିକାରୀ ସମ୍ବିତ କୁମାର ସ୍ବାଇଁ ତଦନୁ କରିବା ପରେ ନିଆଁ ଲାଗିବାର କାରଣ ଜଣାପଡିବ ବୋଲି କହିଛନ୍ତି ।

You might also like
error: Content is protected !!