ତାଳସାକର ମହାମାୟୀ ହାଇସ୍କୁଲର ଅଚଳାବସ୍ଥା, ଶିକ୍ଷକ ମରୁଡି :ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ବୁଗୁଡା ,୧୭/୦୧(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତର ତାଳସାକର ଗ୍ରାମସ୍ଥ ମହାମାୟୀ ହାଇସ୍କୁଲର ଶୈକ୍ଷିକ ବ୍ଯବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଥିବା ଜଣାଯାଇଛି। ସେଠାରେ ପ୍ରଧାନ ଶିକ୍ଷକଙ୍କ ସହିତ ଆଉ ଜଣେ ଡେପୁଟେସନରେ ଯାଇଥିବା ଶିକ୍ଷକଙ୍କୁ ବିଦ୍ୟାଳୟ ଚାଲିଛି। ସେହି ହାଇସ୍କୁଲରେ ନବମ ଓ ଦଶମର ମୋଟ ୧୪୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷକ ଅଭାବରୁ ପାଠପଢ଼ା ଠିକ୍ ଭାବେ ହୋଇପାରୁନାହିଁ। ଆସନ୍ତା ଫେବୃୟାରୀ ମାସରେ ଦଶମ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷା ହେବାକୁ ଥିବାବେଳେ ବିଭିନ୍ନ ବିଷୟର ପାଠପଢା ଅଧପନ୍ତରିଆ ହୋଇରହିଛି । ଏ ନେଇ ଅନେକ ଥର ଅଭିଯୋଗ ହୋଇଥିଲେ ସୁଦ୍ଧା ଶିକ୍ଷା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିକ୍ରିୟା ସ୍ବରୁପ ଆଜି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଭିତରକୁ ପ୍ରବେଶ ନକରି ବାହାରେ ଗଣବେଶ ଧାରଣ କରି ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବିକରି ପ୍ରତିବାଦ କରିଥିଲେ। ଖବର ପାଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରି ତିନି ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଧାରଣାରୁ ଓହରି ଯାଇଥିଲେ।


You might also like
error: Content is protected !!