ସଂସ୍କୃତ ବିଭାଗ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ 

ନୟାଗଡ଼(ପ୍ରଭାକର ଶିରୋମଣି ):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ସଭା ଗୃହରେ ସଂସ୍କୃତ ବିଭାଗ ତରଫରୁ ୧୬ ତାରିଖ ଗୁରୁବାର ଏକ ଜାତୀୟ ଆଲୋଚନା ଚକ୍ର ” ରମ୍ୟା  ରାମାୟଣ କଥା ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରକୁ କଲେଜ ଅଧ୍ୟକ୍ଷ ଡ଼.. ରଣଜିତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଆନ୍ଧ୍ର ପ୍ରଦେଶ ତିରୁପତି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ସାହିତ୍ୟ ବିଭାଗ ଉପାଚାର୍ଯ୍ୟ ଡ଼.  ଭାରତ ଭୂଷଣ ରଥ ଯୋଗ ଦେଇ ” ଆମର ସଂସ୍କୃତି ରାମାୟଣରେ ରହିଛି ଓ ସଂସ୍କୃତି ବଞ୍ଚିଲେ ଆମେ ବଂଚିବା ” ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟ ଅତିଥି ରାଜନୀତି ବିଭାଗ ମୁଖ୍ୟ ଅଶୋକ କୁମାର ପାତ୍ର ଓ  ସମ୍ମାନିତ ଅତିଥି ଭାବେ ଶିକ୍ଷା ବିଭାଗ ମୁଖ୍ୟ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ରାମାୟଣ କଥା ବସ୍ତୁ ଉପରେ ଆଲୋଚନା କରି ରାମାୟଣ ରେ ଭାତୃ ଭକ୍ତି ର ଉଦାହରଣ ଦେବା ସହିତ ଆଦର୍ଶ ଚରିତ୍ର ଉପରେ  ଆଲୋକ ପାତ କରିଥିଲେ l 
               ସଂସ୍କୃତ ବିଭାଗ ମୁଖ୍ୟ ସୁଶ୍ରୀ ଜୟଶ୍ରୀ ସାହୁ ଏହି ଆଲୋଚନା ଚକ୍ର କୁ ପରିଚାଳନା କରିଵା ସଙ୍ଗେ ସଙ୍ଗେ ଛାତ୍ରୀ ମାନଙ୍କ ଦ୍ୱାରା ପତ୍ର ବାଚନ ( paper presentation )କରାଇଥିଲେ l ସସ୍ମିତା ସାହୁ, ଲକ୍ଷ୍ମୀ ପ୍ରିୟା ସାହୁ, ସୂର୍ଯ୍ୟକାନ୍ତି ସାହୁ ଓ ଶୁଭଶ୍ରୀ ସାହୁ ଛାତ୍ରୀ ମାନେ ପତ୍ର ବାଚନ ପାଠ କରିଥିଲେ l ଉକ୍ତ ସଭାରେ ଅଧ୍ୟାପିକା ରଶ୍ମିତା ସାହୁ, ଅଧ୍ୟାପିକା ମୋନାଲିସା ସାହୁ, ଅଧ୍ୟାପକ ବନମାଳୀ ଦଳେଇ, ଅଧ୍ୟାପିକା ଲିପିକା ସାହୁ, ଅଧ୍ୟାପକ ମାନସ କୁମାର ଆଚାର୍ଯ୍ୟ, ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ ଉପସ୍ଥିତ ଥିଲେ l ଶେଷରେ ସଂସ୍କୃତ ବିଭାଗ ଅଧ୍ୟାପିକା ସରଳା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 
       

You might also like
error: Content is protected !!