ଆତ୍ମ ରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ

ନୟାଗଡ଼ (ପ୍ରଭାକର ଶିରୋମଣି):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କର ଆଠ ଦିନ ବ୍ୟାପୀ ଏକ ଆତ୍ମ ରକ୍ଷା କୌଶଳ  ଶିବିର ବୁଧବାର  ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିର କୁ କଲେଜ ଅଧ୍ୟକ୍ଷ ଡ଼. ରଣଜିତ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l  ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦ୍ଦେଶ କ୍ରମେ ନୟାଗଡ ନୋଡାଲ କଲେଜ ତତ୍ୱାବଧାନ ରେ ଏହି ଶିବିର ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ଧନ୍ଦାମୂଳକର  ୧୫୮ ଜଣ ଛାତ୍ରୀ ତାଲିମ ଶିବିର ରେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ l ପ୍ରଶିକ୍ଷିକା ଶୁଭଶ୍ରୀ ସାହୁ ଓ ଅଞ୍ଜଳି ମହାରଣା ଯୋଗ ଦେଇ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ବୋଲି ପ୍ରକଳ୍ପ ସଂଯୋଜିକା ଅଧ୍ୟାପିକା  କଲ୍ୟାଣୀ ପଣ୍ଡାଙ୍କ ଠାରୁ ପ୍ରକାଶ l 
       

You might also like
error: Content is protected !!