ସାବାଡ୍ ହେବେ ପାକିସ୍ତାନ-ଚୀନ : ସେନାକୁ ମିଳିବ ପର୍ଶୁରାମଙ୍କ ଅସ୍ତ୍ର
ଖୋର୍ଦ୍ଧା(ସଞ୍ଜୀବ କୁମାର):-ସୀମାରେ ଅଶାନ୍ତି ସୃଷ୍ଚି କରିବାରେ ପାକିସ୍ତାନ ମାହିର । ବିନା କାରଣରେ ଗୁଳିମାଡ଼ କରିବା ସହିକ ଭାରତୀୟ ସେନା ଉପରକୁ ଆକ୍ରମଣ କରୁଥିବା ଅନେକ ସମୟରେ ନଜିର ରହିଛି । ପାକିସ୍ତାନକୁ ଜବାବ ଦେବା ଲାଗି ସେନା ପ୍ରତି ମୁହୂର୍ତ୍ତରେ ସଜାଗ ବି ଥାଏ । ପାକିସ୍ତାନକୁ ପାନେ ଦେବା ଲାଗି ବିଏସଏଫ ବି ରଣନୀତି ପ୍ରସ୍ତୁତ କରିଛି ସତ ହେଲେ ପଡୋଶୀର ଆକ୍ରମଣରେ ଅକାରଣରେ ଜୀବନ ଦେଉଛନ୍ତି ଭାରତୀୟ ଯବାନ । ହେଲେ ଏବେ ସେମିତି ଆଉ ହେବନି । କାରଣ ବିଏସଏଫକୁ ମିଳିବ ପର୍ଶୁରାମଙ୍କ ଅସ୍ତ୍ର । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।