ନୀଳମାଧଵଙ୍କ ସୁନାବେଶ ଦର୍ଶନ ସହ ଭଜନ ସମାରୋହକୁ ଉଦଘାଟନ କଲେ ପରିବହନ ମନ୍ତ୍ରୀ 

ନୟାଗଡ(ପ୍ରଭାକର ଶିରୋମଣି,୧୪/୧)::-ପବିତ୍ର ପୁଷ୍ୟାଭିଷେକ ଉପଲକ୍ଷେ ସୁନା ବେଶରେ ସଜ୍ଜିତ ହୋଇଥିବା କଣ୍ଟିଲୋ ବିଜେ ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କୁ ଓଡିଶା ରାଜ୍ୟ ମାନ୍ୟବର   ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୋମବାର ଦର୍ଶନ କରି ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ l ଏତଦ ଉପଲକ୍ଷେ ଶ୍ରୀ ଶ୍ରୀ ନୀଳମାଧଵ ପୂଜକ ସମାଜ ପକ୍ଷରୁ  ମନ୍ଦିର ସିଂହ ଦ୍ୱାର ସ୍ଥିତ ରାସ ମଣ୍ଡପ ପରିସରରରେ ଆୟୋଜିତ ଭଜନ ସମାରୋହକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ପ୍ରଖ୍ୟାତ କଣ୍ଠ ଶିଳ୍ପୀ ମନ୍ମଥ  କୁମାର ମିଶ୍ର ଙ୍କ ଟ୍ରୁପ  ପକ୍ଷରୁ ବିଶିଷ୍ଟ କଣ୍ଠ ଶିଳ୍ପୀମାନେ  କଣ୍ଠଦାନ କରି ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସର ରେ ଖଣ୍ଡପଡା ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ନୟାଗଡ଼ ଜିଲ୍ଲା ସାଂସଦ ପ୍ରତିନିଧି  ଗୟାଧର ପରିଡା, ନୟାଗଡ଼ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ମନୋଜ ବେହେରା, କଟକ ଲୋକସଭା ଖଣ୍ଡପଡା ସାଂସଦ ପ୍ରତିନିଧି ଚନ୍ଦ୍ର କାନ୍ତ ବଳିୟାର ସିଂ,  ତିରୁପତି ସଂସ୍କୁତ ବିଶ୍ୱ ବିଦ୍ୟାଳୟ ପ୍ରାଧ୍ୟାପକ ଡ଼. ଭାରତ ଭୁଷଣ ରଥ, ବିଜେପି ଜିଲ୍ଲା ସଭାପତି ଗୟାଧର ପରିଡା, ନୟାଗଡ଼ ଉପ ଜିଲ୍ଲାପାଳ କର୍ଣ୍ଣ ଦେବ ସମାଦାର ,ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଖଣ୍ଡପଡା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ବିସ୍ମୃତ ତ୍ରିପାଠୀ, ଖଣ୍ଡପଡା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ, କଣ୍ଟିଲୋ ଜୋନ ଜିଲ୍ଲା ପରିଷଦ ସଭ୍ୟା ଉଜ୍ଜଳ ମହାରଣା, ଖଳିସାହି ଜିଲ୍ଲାପରିଷଦ ସଭ୍ୟ ରାମେଶ୍ୱର ଶତପଥୀ ଓ କଣ୍ଟିଲୋ ସରପଞ୍ଚ ଶ୍ରୀୟାରାଣୀ ବେହେରା ପ୍ରମୁଖ ଯୋଗ ଦେଇ କଣ୍ଟିଲୋ ଅଞ୍ଚଳ ର କେତେକ ସମସ୍ୟା ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପୂଜକ ସମାଜ ପକ୍ଷରୁ ସେବାୟତ ନୀଳମାଧଵ ମିଶ୍ରଙ୍କ ସଂଯୋଜନା ।

You might also like
error: Content is protected !!