ମରଶରୀର ଏମକେସିଜିକୁ ଦାନ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବିଶିଷ୍ଟ କୃଷକ ତଥା ସିପିଏମ ବରିଷ୍ଠ ନେତା ଜଗନ୍ନାଥ ମିଶ୍ରଙ୍କର ମରଶରୀର ବଡ ମେଡିକାଲ କଲେଜକୁ ଦାନ କରାଯାଇଛି। ମରଶରୀରକୁ ସିପିଏମ ଜିଲ୍ଲା କାର୍ଯ୍ୟାଳୟକୁ ନିଆଯାଇଥିଲା।ସେଠାରେ ଶୋକାକୁଳ ପରିବେଶ ମଧ୍ୟରେ ସିପିଏମ କର୍ମୀ ,ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ ଜଗନ୍ନାଥ ମିଶ୍ରଙ୍କ ମରଶରୀର ଉପରେ ପାର୍ଟିର ଲାଲ ପତାକା ପକାଇଥିଲେ।ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ବରିଷ୍ଠ ନେତା ଜନାର୍ଦ୍ଦନ ପତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଭୀମସେନ ଦଳାଇ, ସୁବାଷ ମହାରଣା, ସିପିଏମ ନେତା ପ୍ରମୁଖ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରିବାର ବର୍ଗ ଉପସ୍ଥିତ ଥିଲେ। ସେଠାରୁ ତାଙ୍କ ମରଶରୀରକୁ ବଡ ମେଡ଼ିକାଲ କଲେଜକୁ ଚିକିତ୍ସା ବିଜ୍ଞାନର ଉନ୍ନତି ପାଇଁ ପ୍ରଦାନ କରାଯାଇଥିଲା।ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ସୁଚିତ୍ରା ଦାସ, ଅନାଟୋମି ବିଭାଗର ମୁଖ୍ୟ ପ୍ରଫେସର ଡ଼ା ସାଗର ପୃଷ୍ଟି ମରଶରୀରକୁ ଗ୍ରହଣ କରିଥିଲେ।

You might also like
error: Content is protected !!