ରାଜ୍ୟରେ ହାଡ଼ଭଙ୍ଗା ଅସହ୍ଯ ଶୀତ

କାନିସି,(ଶ୍ରୀକାନ୍ତକୁମାରସାହୁ):- ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ସାରା ରାଜ୍ୟ କୁ ଥରାଉଛି ଅସହ୍ଯ ଶୀତ ଏବଂ କୁହୁଡି। ଭିସଣ ଶୀତ ରୁ ରକ୍ଷା ପାଇବା ପାଇଁ ଏବଂ ନିଜ ଶରୀରକୁ ସୋଫା ରଖିବା ପାଇଁ ଏହି ସବୁ କାର୍ଯ୍ୟ କରିବା ଉଚିତ୍।ଶୀତ ଦିନରେ ନାନା ପ୍ରକାର ସମସ୍ୟା ଦେଖାଯାଇଥାଏ ଯେପରିକି ଥଣ୍ଡା କାଶ ଜ୍ବର କଫ ମୁଣ୍ଡବିନ୍ଧା ଘୋଳାବିନ୍ଧା ଇତ୍ୟାଦି।୧.ଗୋଡ଼ ହାତ ଶୀତ ରେ ଫାଟୁ ଥୁଲେ କିମ୍ବା ଚିଡି ଚିଡି ହେଉଥିଲେ, ରାତିରେ ଶୋଇବା ସମୟ ରେ ଗୋଡ଼ ହାତ ଭଲରେ ଧୋଇ ରନ୍ଧା ନଡ଼ିଆ ତେଲ କିମ୍ବା ଭେସଲିନ ଲଗେଇ ଶୋଇବା ଉଚିତ୍।୨.ଏହି ଥଣ୍ଡା ଦିନ ରେ ଶାଗ ଫଳ ମୂଳ ପନିପରିବା ଅଧୂକ ଭଲ ହୋଇଥାଏ। ସବୁ ପ୍ରକାର ର ଶାଗ, ପନିପରିବା ଏହି ଋତୁରେ ଖାଇବା ଉଚିତ୍।୩.ଅଧୂକ ଥଣ୍ଡା ପାଇଁ ଛୋଟ ପିଲା ମାନଙ୍କୁ ଶୀଘ୍ର ଥଣ୍ଡା କାଶ ଇତ୍ୟାଦି ହୋଇଯାଇଥାଏ, ତେଣୁ ରାତିରେ ଶୋଇବା ପୂର୍ବରୁ ପିଲା ମାନଙ୍କ ପାଦ ରେ ଉଷୁମ୍ ସୋରିଷ ତେଲ ମାଲିଶ୍ କରିବା ଉଚିତ୍‌। ଏହା ଦ୍ବାରା ଛୋଟ ପିଲା ମାନଙ୍କର ଥଣ୍ଡା କମ୍ ହୋଇଥାଏ।୪.କଅଁଳିଆ ଖରାରେ ଛାତ ଉପରେ ବସି, ଖାଇବା ର ମଜା ଅଲଗା ଥାଏ। ଶୀତ ରେ କଅଁଳିଆ ଖରା ରେ ବସି ଖାଇବା ଖାଆନ୍ତୁ ଏବଂ ଏହି ଶୀତ ଋତୁ ର ମଜା ନିଅନ୍ତୁ।

You might also like
error: Content is protected !!