ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଓମଫେଡ୍ ପାଇଁ ପଦକ୍ଷେପ ସ୍ୱରୂପ ଗୋପ୍ରଜନନ, ଗିଫ୍ଟ ମିଲ୍କ ଏବଂ ବଜାର ସହାୟତାର ଭର୍ଚୁଆଲ ଉଦଘାଟନ/ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,(ପି.ଆଇ.ବି):- ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୧୩ ଜାନୁଆରୀ ୨୦୨୫) ରାଷ୍ଟ୍ରପତି ଭବନରୁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ (ଓମଫେଡ୍) ପାଇଁ ପଦକ୍ଷେପ ସ୍ୱରୂପ ଗୋ-ପ୍ରଜନନ, ଗିଫ୍ଟ ମିଳ୍କ ଏବଂ ବଜାର ସହାୟତାର ଆଭାସୀ ଉଦଘାଟନ/ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ଗ୍ରାମୀଣ ଅର୍ଥବ୍ୟବସ୍ଥା ଏବଂ ଗ୍ରାମୀଣ ଘରୋଇ ଆୟରେ ପ୍ରାଣୀସମ୍ପଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତରେ ବିଭିନ୍ନ ପ୍ରକାରର ପ୍ରାଣୀସମ୍ପଦ ପ୍ରଜାତି ରହିଛନ୍ତି । ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଓମଫେଡ୍ ପାଇଁ ପଦକ୍ଷେପ ସ୍ୱରୂପ ଗୋପ୍ରଜନନ, ଗିଫ୍ଟ ମିଲ୍କ ଏବଂ ବଜାର ସହାୟତାର ଭର୍ଚୁଆଲ ଉଦଘାଟନ/ଶୁଭାରମ୍ଭ କଲେ ରାଷ୍ଟ୍ରପତିଏହି ସମସ୍ତ ପ୍ରଜାତି ଦେଶର ସମୃଦ୍ଧ କୃଷି ଐତିହ୍ୟକୁ ଅବଦାନ ଦେଇଛନ୍ତି । ଆମର ପ୍ରାଣୀସମ୍ପଦକୁ ସମର୍ଥନ ଏବଂ ପ୍ରୋତ୍ସାହନ ଦେବା ଲାଗି, ପ୍ରାଣୀମାନଙ୍କର ପ୍ରଜନନ ବିକାଶ ଏବଂ ଆନୁବଂଶିକ ଉନ୍ନତିକରଣ ପାଇଁ ସରକାରଙ୍କ ଦ୍ୱାରା ଅନେକ ପଦକ୍ଷେପ ଏବଂ ନୀତିଗତ ପ୍ରୟାସ କରାଯାଇଛି।ରାଷ୍ଟ୍ରପତି କହିଥିଲେ, ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରରେ ଭାରତର ସଫଳତା ଅସାଧାରଣ। ଗତ ୧୦ ବର୍ଷ ମଧ୍ୟରେ ଆମର ଦୁଗ୍ଧ ଉତ୍ପାଦନକାରୀ ପ୍ରାଣୀମାନଙ୍କର ଉତ୍ପାଦକତା ମଧ୍ୟ ଅସାଧାରଣ ଭାବେ ବୃଦ୍ଧି ପାଇଛି। ଏହି ସମସ୍ତ ସଫଳତା ପ୍ରାଣୀସମ୍ପଦ କ୍ଷେତ୍ରରେ ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ତଥାପି, ପ୍ରାଣୀ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ କିଛି କରାଯାଇପାରିବ। ସେ ଜାତୀୟ ଗୋକୁଳ ମିଶନର ଉଦ୍ଦେଶ୍ୟ ଏବଂ ପ୍ରୟାସକୁ ପ୍ରଶଂସା କରିଥିଲେ।ରାଷ୍ଟ୍ରପତି କହିଲେ ଯେ ପ୍ରାଣୀମାନଙ୍କ ସଂଖ୍ୟା ଏବଂ ସ୍ୱାସ୍ଥ୍ୟ ଉଭୟ ପ୍ରତି ଧ୍ୟାନ ଦେବା ଦ୍ୱାରା ଦୁଗ୍ଧ ସମେତ ପ୍ରାଣୀମାନଙ୍କଠାରୁ ମିଳୁଥିବା ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉତ୍ପାଦର ଗୁଣବତ୍ତାରେ ଉନ୍ନତି ଆସିବ। ଦେଶର ସମସ୍ତ କ୍ଷେତ୍ରରେ ଏଭଳି ପ୍ରୟାସ ଦ୍ୱାରା ଏକ ସୁସ୍ଥ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦିଆଯାଇପାରିବ।

You might also like
error: Content is protected !!