ସୁନା ବେଶରେ ଦର୍ଶନ ଦେଲେ କଳ୍ପାନ୍ତର ଠାକୁର ଶ୍ରୀ ନୀଳମାଧଵ 

ନୟାଗଡ଼(ପ୍ରଭାକର ଶିରୋମଣି):-ପବିତ୍ର ପୌଷ ପୂର୍ଣ୍ଣିମା ଅବସର ରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ବିଜେ ଶ୍ରୀ ଶ୍ରୀ ନୀଳମାଧବ ଜୀଉଙ୍କ ପୁଷ୍ୟlଭିଷେକ ଉପଲକ୍ଷେ ସୁନା ଅଳଙ୍କାର ରେ ଭୂଷିତ ହୋଇ ରାଜାଧିରାଜ ବେଶରେ ଶ୍ରଦ୍ଧାଳୁ  ମାନଙ୍କୁ ଦର୍ଶନ ଦେଇଥିଲେ l 
               ଏହି ପାରମ୍ପରିକ ସୁନାବେଶ ଦର୍ଶନ କରିବାକୁ ବିଭିନ୍ନ ଅଞ୍ଚଳ ରୁ ହଜାର ଦର୍ଶନର୍ଥୀ ପ୍ରଭୁଙ୍କୁ ଦର୍ଶନ କରିଥିଲେ l ମନ୍ଦିର ମଧ୍ୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବାରୁ ପୁଲିସ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଭିଡ଼ ନିୟନ୍ତ୍ରଣ କରିଥିଲେ l ଚଳିତ ଵର୍ଷ ଶ୍ରୀ ଜୀଉଙ୍କୁ ପୂଜକ ସମାଜ ପକ୍ଷରୁ ଏକ କିଲୋ ଓଜନର ସୁବର୍ଣ୍ଣ ନିର୍ମିତ ଶ୍ରୀ ପୟର ଲାଗି ହୋଇଥିବାରୁ ଦର୍ଶନାର୍ଥୀ ଙ୍କ ଭିଡ଼ କୁ ପୂଜକ ସମାଜ କର୍ମକର୍ତ୍ତା ଓ ପୁଲିସ ନିୟନ୍ତ୍ରଣ କରିଥିଲେ l 
               ସକାଳେ ଶ୍ରୀ ଜୀଉଙ୍କ ର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ  ହୋଇଥିଲା ଓ ଖଣ୍ଡପଡା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଆଧିକାରୀ ବିଶ୍ୱ ବିଶୃତ ତ୍ରିପାଠୀ ଉପସ୍ଥିତ ରହି ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ l ଏତଦ ଉପଲକ୍ଷେ ସନ୍ଧ୍ୟା ସମୟରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା l 
       

You might also like
error: Content is protected !!