ପରିବହନ ମନ୍ତ୍ରୀଙ୍କୁ ବିଜେପି ନଗର କାର୍ଯ୍ୟକର୍ତ୍ତା ଓ ବସ୍ ମାଲିକ ସଂଘ ପକ୍ଷରୁ ସମ୍ୱର୍ଦ୍ଧନା

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):ବାଣିଜ୍ୟ,ପରିବହନ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଖଣ୍ଡାପଡ଼ା ଯିବା ବାଟରେ ବୁଗୁଡ଼ା ଠାରେ ଆଜି ଅପରାହ୍ନ ସାଢେ଼ ଚାରିଟା ସମୟରେ ବିଜେପି ବୁଗୁଡ଼ା ନଗର କାର୍ଯ୍ୟକର୍ତ୍ତା ଓ ବୁଗୁଡ଼ା ବଳଦେବ ସ୍ବାମୀ ବସ୍ ମାଲିକ ସଂଘ ପକ୍ଷରୁ ବୁଗୁଡ଼ା ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଛି । ବୁଗୁଡ଼ା ନଗର ବିଜେପି ସଭାପତି କେଦାରନାଥ ମହାରଣା ଙ୍କ ନେତୃତ୍ୱରେ ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର (ରିଙ୍କୁ) ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଔପଢଉକନ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରିଥିବା ବେଳେ କାର୍ଯ୍ୟକର୍ତ୍ତା ୟୁ.ଯଜ୍ଞ ନାରାୟଣ ପାତ୍ର ସମେତ ବହୁବରିଷ୍ଠ ନାଗରିକ,ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।ସେହିପରି ବୁଗୁଡ଼ା ବସ୍ ମାଲିକ ସଂଘ ସଭାପତି ହରପ୍ରସାଦ ଦାଶ,କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ଦୋରା,ଉପଦେଷ୍ଟା ପଞ୍ଚାନନ ସାହୁ ଙ୍କ ସମେତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା ଜଣାଇଥିଲେ।


You might also like
error: Content is protected !!