ସ୍ୱାମୀଜୀଙ୍କ ଜୟନ୍ତୀ ଅବସରରେ ପୂଜ୍ୟପୂଜାର ଅନନ୍ୟ ଉଦାହରଣ ସୃଷ୍ଟି କଲା ସ୍ୱାମୀ ବିବେକାନନ୍ଦ ସେବା ସଙ୍ଘ
କୁକୁଡ଼ାଖଣ୍ଡି(ଇ.ରଞନ):- ବିଶ୍ଵବିଜୟୀ ସ୍ୱାମୀ ବିବେକାନନ୍ଦ ଙ୍କର ୧୬୨ ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱାମୀ ବିବେକାନନ୍ଦ ସେବା ସଂଘ ଆଙ୍କୁଶପୁର ଆନୁକୂଲ୍ୟରେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ଜାନୁଆରୀ ୧୨ ତାରିଖ ଜାତୀୟ ଯୁବ ଦିବସ ପରିପ୍ରେକ୍ଷୀରେ ପ୍ରାତଃ ସମୟରେ ଶତାଧିକ ଛାତ୍ର ଛାତ୍ରୀଙ୍କୁ ନେଇ ସଙ୍ଘ ତରଫରୁ ଏକ ବିବେକାନନ୍ଦ ଜ୍ୟୋତି ପରିକ୍ରମା ଯାତ୍ରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଦର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ଶେଖର ପରିଡା, ସଦ ରେର ଥାନାଧିକାରୀ ଶ୍ରୀ ରାମ ସୁବ୍ରମଣ୍ୟମ ପ୍ରଧାନ, କଳିଙ୍ଗ ଟିଭି ଦକ୍ଷିଣ ଓଡିଶା ପ୍ରମୁଖ ଶ୍ରୀ ପ୍ରକାଶ ପଟ୍ଟନାୟକ, କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ର ଶଲ୍ୟ ବିଭାଗ ପ୍ରମୁଖ ପ୍ରଫେସର ଚିନ୍ମୟ ଭବାନୀ ପ୍ରସାଦ, ଏନ ଏସ ଏସ ବିଭାଗର ପ୍ରମୁଖ ଡା. ସ୍ୱପ୍ନା ସ୍ୱୟଂପ୍ରଭା, ବିଶିଷ୍ଠ ସମାଜସେବୀ ରାମ ପ୍ରସାଦ ସାମଲ, ଅନୁଷ୍ଠାନର ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ୍ ବି. ଦିଲୀପ ରାଓ, ଡା. ବିମଳ କୁମାର ପଣ୍ଡା ତଥା ଅଞ୍ଚଳର ଅନେକ ବୁଦ୍ଧିଜୀବୀ ବରେଣ୍ୟ ବ୍ୟକ୍ତିବିଶେଷ ଙ୍କ ଉପସ୍ଥିତିରେ ବିଶାଳ ବିବେକାନନ୍ଦ ଜ୍ୟୋତି ପରିକ୍ରମା ଶୁଭାରମ୍ଭ ହୋଇଥିଲା। ପୁନଃ ସନ୍ଧ୍ୟାରେ ଆଙ୍କୁଶପୁର ଆୟୁର୍ବେଦ କଲେଜ ପଡିଆ ଠାରେ ମୁକ୍ତ ମଣ୍ଡପ ଉପରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଥିଲା। ବିଶେଷ ଆକର୍ଷଣ ଥିଲା ଅନୁଷ୍ଠାନ ତରଫରୁ ଦୁଇ ଜଣ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ଉଲ୍ଲାସ ସାହୁ ଏବଂ ପ୍ରୀତିରାଣୀ ପଢାଳଙ୍କୁ ପୂଜ୍ୟପୂଜା ପରମ୍ପରା ଅନୁସାରେ ଅନନ୍ୟ ଶୈଳୀରେ ପ୍ରଥମେ ଅନୁଷ୍ଠାନ ତରଫରୁ ଉପଠଉକନ ମାନପତ୍ର ଏବଂ ପୁଷ୍ପ ବୃକ୍ଷ ପ୍ରଦାନ କରାଯାଇଥିଲା। ସବୁଠୁ ନିଆରା ଥିଲା ଦୁଇ ଜଣ ଗୁରୁଙ୍କୁ ସମ୍ମାନ ଦେବାର କ୍ଷଣରେ ଭାବବିଭୋଳ ହୋଇ ଦୁଇ ଶିକ୍ଷକଙ୍କ ଶତାଧିକ ଛାତ୍ରଛାତ୍ରୀ ମଞ୍ଚରେ ପହଞ୍ଚି ଆଶୀର୍ବାଦ ନେଇଥିଲେ। ତେବେ ଏଭଳି ଅନନ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡା. ତିରୁପତି ସାହୁ, ଇଂ. ଅଭୟେନ୍ଦୁ ଶେଖର ପଟନାୟକ, ଭବାନୀ ଚରଣ ମିଶ୍ର, ଶ୍ରୀମତି ରାମେଶ୍ୱରୀ ନନ୍ଦ, ଅନିଲ କୁମାର ପାତ୍ର, ମିହିର କୁମାର ପାଣିଗ୍ରାହୀ ଙ୍କର ସହିତ ଅନୁଷ୍ଠାନ ସଭାପତି ଶ୍ରୀ ଅନିଲ କୁମାର ଚୌଧୁରୀ ସଭାପତିତ୍ୱ କରିଥିଲେ ଏବଂ ସଂଘର ସମ୍ପାଦକ ଡ଼ଃ. ସନ୍ୟାସୀ ମହାରଣା ମଞ୍ଚ ପରିଚାଳନା ତଥା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରେ ପରେ ବିଦ୍ୟାଭାରତି ଶିଶୁ ବିଦ୍ୟା ମନ୍ଦିର, ଓଁ ମାଁ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ଆରାଧ୍ୟା ନୃତ୍ୟ ଅନୁଷ୍ଠାନ ଏବଂ ଅନେକ ସାଂସ୍କୃତିକ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଓଡିଶୀ ପାରମ୍ପରିକ ଓ ଲୋକନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଦଶ୍ୟ ମିଟୁ ସାହୁ, ପି. ପୁରୁଷୋତ୍ତମ, ନାରାୟଣ ରାଉଳ, ମନୋଜ କୁମାର ପଣ୍ଡା, ଜି. ଶ୍ରୀନିବାସ ରାଓ, ବସନ୍ତ ସାହୁ, ସୁକାନ୍ତ କୁମାର ସାହୁ, ଜିତେନ୍ଦ୍ର ମହାରଣା, ବି. ଶ୍ରୀନିବାସ ରାଓ, ଏସ. ଶ୍ୟାମ ସୁନ୍ଦର ରାଓ, ସଞ୍ଜୟ କୁମାର ସାହୁ, ଶିବରାମ ପାଠୀ, ଗୁରୁ ସ୍ମୃତିମୟୀ ପଟନାୟକ, ଟିକିରି ବେହେରା, ପ୍ରଶାନ୍ତ କୁମାର ସାହୁ, ସ୍ମୃତି ଶିଖା ଚୌଧୁରୀ, ନିର୍ଜରା ମହାରଣା ଶୀତଳ କୁମାରୀ ଗୌଡ଼ ଙ୍କ ସହିତ ବିବେକାନନ୍ଦ ଯୁବ ସଦଶ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ଟି. ମୁକୁନ୍ଦ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।