ଶିଶୁ ମନ୍ଦିରରେ ଶିଶୁ ଶିବିର ଓ ବିବେକାନନ୍ଦ ଜୟନ୍ତୀ ପାଳିତ

ବୁଗୁଡ଼ା(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ବିବେକାନନ୍ଦ ଜୟନ୍ତୀ ପାଳନ ସାଙ୍ଗକୁ ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁଜୀ ଓ ଗୁରୁମାମାନେ ଶିଶୁମାନଙ୍କୁ ମାର୍ଗ ଦର୍ଶନ ସାଙ୍ଗକୁ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠା ଗୁରୁମା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଛାତ୍ରୀ ଶୁଭଲକ୍ଷ୍ମୀ ମିଶ୍ର ବ୍ଯକ୍ତିଗତ ସଂଗୀତ ଗାନ କରିଥିବା ବେଳେ ଛାତ୍ରୀ ଆଦ୍ଯାଶା ରାଣୀ ଡାକୁଆ ଅମୃତ ବଚନ ପ୍ରଦାନ କରିଥିଲେ । ଏଥି ସହ ଶିଶୁମାନଙ୍କ ବିବେକାନନ୍ଦ ବେଶ ଧାରଣ ଏବଂ ମନ୍ଦିର ଭ୍ରମଣ କାର୍ଯ୍ୟକ୍ରମ ସାଙ୍ଗକୁ ଶାରୀରିକ, ବୌଦ୍ଧିକ, ବିଜ୍ଞାନ, ମାନସିକ ବିକାଶ, ପ୍ରଶ୍ନମଞ୍ଚ , ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇ ଶେଷରେ କୃତି ଶିଶୁମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରଧାନାଚାର୍ଯ୍ଯ ଆଟଲ୍ ଲିଙ୍ଗରାଜଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା କୁମାରୀ ସାହୁ ସମସ୍ତ ସେବାବ୍ରତୀଙ୍କ ସକ୍ରିୟ ସହଯୋଗରେ ପରିଚାଳନା କରିଥିବା ବେଳେ ପରିଶେଷରେ ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!