ପୁରୁଷୋତ୍ତମପୁର ସିଏଚ ନୂଆଙ୍ଗା ପଞ୍ଚାୟତରେ ୩0 ଜଣଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥରାଶି ବଣ୍ଟନ ହେଲା
ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ଚାଁଗୁଡ଼ିଆ ପଦର ନୂଆଙ୍ଗା ପଞ୍ଚାୟତ ର କିଛିଗାଁ ସିଏଚ ନୂଆଙ୍ଗା ସହିତ ଅଢ଼େଇ ବର, ମୋଡାବାଇ, ଗାଗନ ପୁର ଗ୍ରାମର 30 ଜଣ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଙ୍କୁ ମହିଳା ସରପଞ୍ଚ ସତ୍ୟଭାମା ସ୍ବାଇଁ ଏବଂ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବିଜେଡିର ଜୀବନବିନ୍ଦୁର ଆସ୍କା ସଂସଦୀୟ କ୍ଷେତ୍ର ର ପୂର୍ବତନ ସଂଯୋଜକ ତଥା ସମାଜ ସେବୀ ନିର୍ମଳ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଦଳୀୟ ନେତା, କର୍ମୀ ଏବଂ ଜନ ସାଧାରଣ ଙ୍କ ସହଯୋଗ ରେ 90 ହଜାର ଟଙ୍କା 30ଜଣଙ୍କୁ ପ୍ରଦାନ କରାଯାଇଥିଲା । ଯାହାଦ୍ୱାରା ରାଜ୍ୟ ସରକାରଙ୍କ ଦ୍ୱାରା ମୃତ ବ୍ୟକ୍ତିଙ୍କ ପାଇଁ ପ୍ରଦତ୍ତ ହେଉଥିବା ଅର୍ଥ ରାଶିକୁ ପଞ୍ଚାୟତର ସରପଞ୍ଚଙ୍କ ଦ୍ୱାରା ସେମାନଙ୍କ ପରିବାରକୁ ଦିଆଯାଉଛି | ଯାହାକି ଆଜି ଚାଁଗୁଡ଼ିଆ ପଦର ନୂଆଗାଁ ପଞ୍ଚାୟତର ବିଭିର୍ଣ୍ଣ ଗାଁର 30 ଜଣ ବ୍ୟକ୍ତି ମାନଙ୍କୁ ପ୍ରଦାନ କରାଯାଇ ଥିଲା | ଯାହାଦ୍ୱାରା ମୃତକ ଙ୍କ ପରିବାର ସେମାନଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ରେ ଖର୍ଚ୍ଚ ହୋଇଥିବା ଅର୍ଥକୁ କିଛି ମାତ୍ରା ରେ ଭରଣ କରିପାରିବେ |