ମାସେ ହେଲା ଲକ୍ଷ୍ମୀ ବସ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କ ଯାତାୟତ ସୁବିଧା ନିମନ୍ତେ ଓ ବ୍ଳକ୍ ଏବଂ ଜିଲାକୁ ପ୍ରତେକ ଜନ ସାଧାରଣଙ୍କୁ ସ୍ଵଳ୍ପ ମୂଲ୍ୟରେ ଓ ସହଜରେ ପହଞ୍ଚିବା ନିମନ୍ତେ ସରକାର ଲକ୍ଷ୍ମୀ ବସ୍‌ ଯୋଜନାରେ ପ୍ରତେକ ଗ୍ରାମପଞ୍ଚାୟତରୁ ବ୍ଳକ କୁ ସଂଯୋଗ କରାଯାଇଛି । ହେଲେ ପ୍ରାୟ ଏକ ମାସହେଲା ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ଅଜୟଗଡ଼ ଗ୍ରାମ ପଞ୍ଚାୟତ ବାସୀ । ଅଜୟଗଡ଼ ଗ୍ରାମପଞ୍ଚାୟତ ଗୁମ୍ମା ବ୍ଳକ ର ଦୁର୍ଗମ ଓ ବିଛିନ୍ନ ପଞ୍ଚାୟତ ଭାବେ ଜଣାଯାଏ । ସମ୍ପୁର୍ଣ୍ଣ ପାହାଡ଼ ମଧ୍ୟରେ ଅବସ୍ଥିତ ଏହି ପଞ୍ଚାୟତ । ନା ଅଛି ଭଲ ରାସ୍ତା ନା ଅଛି ମୋବାଇଲ୍ ନେଟଓର୍କ କେବଳ ଲକ୍ଷ୍ମୀ ବସ ହିଁ ଏକ ବିକଳ୍ପ ଭାବରେ ରହିଛି ବର୍ତ୍ତମାନ ତାହା ମଧ୍ୟ ଏକ ମାସ ହେବ ବନ୍ଦ ଅଛି । ଅଞ୍ଚଳବାସୀ ବ୍ଳକ୍ ଅଫିସ ହେଉ କିମ୍ବା ହସ୍‌ପିଟାଲ ଯିବା ନିମନ୍ତେ ଘୋର ସମସ୍ୟାର ସମୁଖିନ ହେଉଥିବା ପ୍ରକାଶ କରିଛନ୍ତି । ଦୈନନ୍ଦିନ ବଜାର ବାଟକୁ ଯିବା ମଧ୍ୟ ବନ୍ଦ ହୋଇଯାଉଛି । କହିବାକୁ ଗଲେ ଅଜୟଗଡ଼ ପଞ୍ଚାୟତ ଏକ ପ୍ରକାର ବିଛିନ୍ନ ଭାବରେ ରହିଅଛି । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଗାଡ଼ି ଖରାପ ଅଛି ମରାମତି ଚାଲିଥିବା ପ୍ରକାଶ କରିଛନ୍ତି । ଏଣୁ ଏହାର ତ୍ଵରିତ ସମସ୍ଯାର ସମାଧାନ କରି ତୁରନ୍ତ ବସ ଚାଲୁ କରିବା ନିମନ୍ତେ ସରପଞ୍ଚ ସୁଲମି ଶବର,ସମିତି ସଭ୍ୟା ରିବିକା ଗମାଙ୍ଗ, ପବିତ୍ର ପରିଚ୍ଛା, ଅରୁଣ ବଡ଼ନାୟକ ପ୍ରମୁଖ ଦାବି କରିଛନ୍ତି।

Smart Computer Ad
You might also like
error: Content is protected !!