ପବିତ୍ର ଶାମ୍ବ ଦଶମୀ ଉପଲକ୍ଷେ :ତିନି ଦିନ ବ୍ୟାପି ମା ଜଟିଆଣି ଯୁବକ ସଙ୍ଘ ତରଫରୁ 49ତମ ଶାମ୍ବ ଦଶମୀ ମହୋତ୍ସବ ପାଳନ

ଖୋର୍ଦ୍ଧା (ସଞ୍ଜୀବ କୁମାର):-ପବିତ୍ର ଶାମ୍ବ ଦଶମୀ ଉପଲକ୍ଷେ ଜଟଣୀ ପାତ୍ରପଡା ଠାରେ ମା ଜଟିଆଣି ଙ୍କର ତା 8/9/10ତିନି ଦିନ ବ୍ୟାପି ମା ଜଟିଆଣି ଯୁବକ ସଙ୍ଘ ତରଫରୁ 49ତମ ଶାମ୍ବ ଦଶମୀ ମହୋତ୍ସବ ପାଳନ ହୋଇ ଆଜି ଉଜାପନ ହୋଇ ଯାଇଛି 8ତାରିଖ ଦିନ ରାତ୍ରରେ ଠାକୁରାଣୀ ଙ୍କ ଗାଁ ପରିକ୍ରମା 9ତାରିଖ ଶାମ୍ବ ଦଶମୀ ଦିନ ଶ୍ରଦ୍ଧାଳୁ ମାନଙ୍କର ମାନସିକ ପୂରଣ ହେବା ଦ୍ୱାରା ପୂଜା ଅର୍ଚନା ପୋଡପିଠା ଭୋଗ କମିଟି ଦ୍ୱାରା ଭଜନ ସମାରୋହ ଓ ସନ୍ଧ୍ୟା ସମୟରେ ଓଡିଶା ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ମଣ୍ଟୁ ଛୁରୀଆ ସମ୍ବଲପୁର ମେଲୋଡି ପରିବେଷଣ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ଜଟଣୀ ନଗର କଂଗ୍ରେସ ସଭାପତି ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଶିଳ୍ପପତି ସତ୍ୟପ୍ରିୟ ଜେନା (ଟୀକାନ )ବାବୁ ଙ୍କୁ ମାନ ପାତ୍ର ପ୍ରଦାନ କରିଥିଲେ ଆଜି ଶେଷ ଦିବସରେ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଟକ ଜିଲ୍ଲା ରୁ 120ଗୋଟି ମେଣ୍ଢା ପଂହଁଚି ପ୍ରତି ଯୋଗିତାରେ ଭାଗ ନେଇ ମେଣ୍ଢା ଲଢେଇ କାର୍ଯ୍ୟକ୍ରମ ରେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ରେ ବିଜୟୀ ହୋଇଥିବା ମେଣ୍ଢା ମାଲିକ ମାନଙ୍କୁ କମିଟି ତରଫରୁ ଟ୍ରଫି ଓ ଅର୍ଥ ରାଶି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ 3ଦିନ ଧରି ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ମା ଙ୍କୁ ଦର୍ଶନ କରି ଆଶ୍ରିବାଦ ଲାଭ କରିଥିଲେ ।

Smart Computer Ad
You might also like
error: Content is protected !!