ଗଣତନ୍ତ୍ରର ସମସ୍ୟା ଓ ସମ୍ଭାବନା ଶୀର୍ଷକ ଆଲୋଚନା
ନୟାଗଡ଼(ପ୍ରଭାକର ଶିରୋମଣି ) ୧୦/୧:- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଗୁରୁବାର ” ଗଣତନ୍ତ୍ରର ସମସ୍ୟା ଓ ସମ୍ଭାବନା ” ଶୀର୍ଷକ ରାଜ୍ୟ ସ୍ଥରୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି l ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାକୁ ବିଭାଗୀୟ ମୁଖ୍ୟ ଡ଼. ଅଶୋକ କୁମାର ପାତ୍ର ପରିଚାଳନା କରିଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ଅନ୍ୟ ଅତିଥି ମାନଙ୍କ ସହିତ ଉଦଘାଟନ କରିଥିଲେ l ପ୍ରାରମ୍ଭରେ ଓଡ଼ିଆ ବିଭାଗ ମୁଖ୍ୟ ଡ଼. ନିରୋଦ କୁମାର ମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ l ଭାରତର ଗଣତନ୍ତ୍ର ସମଗ୍ର ବିଶ୍ୱରେ ସର୍ବ ଶ୍ରେଷ୍ଠ ଗଣତନ୍ତ୍ର ବୋଲି ମୁଖ୍ୟବକ୍ତା ଶ୍ରୀ ମିଶ୍ର କହିବା ସହ ଗଣତନ୍ତ୍ରର ଉନ୍ମେଷ ଓ ବିକାଶ ସମ୍ପର୍କରେ ସୁ ଚିନ୍ତିତ ମତ ପ୍ରକାଶ କରି ପ୍ରାମାଣିକ ତଥ୍ୟ ଉପ ସ୍ଥାପିତ କରିଥିଲେ l
ଅପର ପକ୍ଷରେ ଭାରତର ପ୍ରାଚୀନ ଶାସ୍ତ୍ର ବିତ ଚାଣକ୍ୟହିଁ ଗଣତନ୍ତ୍ର ସମ୍ପର୍କରେ ଦୃଢ଼ ମତାମତ ରଖି ତାହାର ବ୍ୟାଖ୍ୟା ସମ୍ବନ୍ଧରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଆଲୋକ ପାତ କରିଥିଲେ l ସମ୍ମାନିତ ଅତିଥି ଭାବରେ କଲେଜ ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରଭାତ କୁମାର ବେହେରା, ଅଧ୍ୟାପିକା ଜୟଶ୍ରୀ ସାହୁ, ଅଧ୍ୟାପକ ଯୋଗୀନାଥ ବିଶ୍ୱାଳ, ଅଧ୍ୟାପିକା ଲିପିକା ସାହୁ ଓ ଅଧ୍ୟାପିକା ମୋନାଲିସା ସାହୁ ପ୍ରମୁଖ ଯୋଗ ଦେଇ ଗଣତନ୍ତ୍ର ର ସମ୍ଭାବନା ବର୍ତ୍ତମାନ ଯୁବ ପୀଢ଼ି ଙ୍କ ଉପରେ ନିର୍ଭର କରେ ବୋଲି ମତ ପ୍ରକାଶ କରିଥିଲେ lପାଠଚକ୍ର ର ଦ୍ୱିତୀୟ ପର୍ଯ୍ୟାୟରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଗଣତନ୍ତ୍ରକୁ ନେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l