ପ୍ରବାସୀ ଭାରତୀୟ ଦିବସ ଅବସରରେ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ଆର,ଉଦୟଗିରି(ମନୋଜ ପାଢୀ)ସ୍ଥାନୀୟ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟ ପରିସରରେ ପ୍ରବାସୀ ଭାରତୀୟ ଦିବସ ଅବସର ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ଦିବସରେ

ବିଶିଷ୍ଟ ଶିକ୍ଷାବିତ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଲୟ ର ରାଜନୀତି ବିଜ୍ଞାନ ବିଭାଗ ର ଅବସରପ୍ରାପ୍ତ ପ୍ରଫେସର ଡ଼କ୍ଟର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଲନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଦେଶ ର ବିକାଶ ରେ ପ୍ରବାସୀ ଭାରତୀୟ ଙ୍କ କଣ କଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେ ସମ୍ପର୍କ ରେ ଛାତ୍ର, ଛାତ୍ରୀ ଙ୍କୁ ଅବଗତ କରାଇଥିଲେ।ମୁଖ୍ୟ ବକ୍ତା ରୂପେ ବିନାୟକ ଆଚାର୍ଯ୍ୟ ସରକାରୀ ସ୍ନାତକ ମହାବିଦ୍ୟାଳୟ ର ଇଂଲିଶ ବିଭାଗ ର ମୁଖ୍ୟ ଯୋଗ ଦେଇ ୨୦୩୬ ମସିହା ରେ ଓଡ଼ିଆ ର ସ୍ଥିତି ସମ୍ପର୍କ ରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶୁଭ୍ର କାନ୍ତ ମହାନ୍ତି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଡ଼କ୍ଟର ପ୍ରଣବ ପଟ୍ଟଯୋଶୀ ସ୍ୱାଗତ ଭାଷଣ ଓ ଜଗନ୍ନାଥ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଏନ.ଏସ.ଏସ ୟୁନିଟ ସହାୟତା ପ୍ରଦାନ କରିବା ସହ, ଏନ ଏସ ଏସ ୟୁନିଟ ର କାର୍ଯ୍ୟକ୍ରମ ଅଧିକାରିଣୀ ରିତା କୁମାରୀ ଶତପଥି ଙ୍କ ସହ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଦିବସ ଟିକୁ ପାଳନ କରିଥିଲେ।

You might also like
error: Content is protected !!