ଗୁମାପଦର ନିକଟରେ ଦୁର୍ଘଟଣା

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମାପଦର ନିକଟରେ ଗତକାଲି ଦୁର୍ଘଟଣା ଘଟିଛି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଅଟକୁ ଧକ୍କା ଦେଲା ମୋଟରସାଇକେଲ ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲାର ଦେବରାଜ ସାହୁ ନାମକ ଜଣେ ଯୁବକ ଏକ ମୋଟରସାଇକେଲ ଯୋଗେ ବାଲିଗୁଡ଼ା ଦେଇ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମାପଦର ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଗୁମାପଦର ନିକଟରେ ଦୁର୍ଘଟଣାଗୁମାପଦର ନିକଟରେ ଦୁର୍ଘଟଣାଗୁମାପଦର ନିକଟରେ ଦୁର୍ଘଟଣାଫଳରେ ମୋଟରସାଇକେଲ ଚାଳକ ଦେବରାଜ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଡାହାଣ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି । ଦେବରାଜ ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଶାନ୍ତିନଗର ଲେବିଡିଗମର ହୋଇଥିବା ବେଳେ ସେ ଗ୍ରାମବିକାଶ ଏନଜିଓରେ କାମ କରୁଥିଲେ । ଗଜପତି ଜିଲ୍ଲାରୁ ବାଲିଗୁଡ଼ା ଦେଇ ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ଆହତ ମୋଟରସାଇକେଲ ଚାଳକ ଦେବରାଜ ସାହୁଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବର୍ତ୍ତି କରାଇଛନ୍ତି।

You might also like
error: Content is protected !!