ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ ପଞ୍ଚାୟତସ୍ଥିତ ଟୋଲ ଗେଟ୍‌ ସାମ୍ନାରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ଓଡି- ୦୮ -ଏନ୍‌- ୨୭୮୫ ନମ୍ବର ବିଶିଷ୍ଟ ଏକ ବାଇକ୍‌ ବାଲିଗୁଡ଼ା ଅଭିମୁଖେ ଯାଉଥିବା ସମୟରେ ଟୋଲ୍‌ଗେଟ୍‌ରୁ ମାତ୍ର ୧୦୦ ମିଟର ଦୂରରେ ରାସ୍ତାପାର୍ଶ୍ୱରେ ଥିବା ଏକ ଗଛକୁ ଧକ୍କା ଦେବା ଫଳରେଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ ଯୁବକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁବାର ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା କୁର୍ତମଗଡ଼ ଗ୍ରାମର ରହନ ନନ୍ଦ, ତୋଫାନ ନାୟକ, ପିଙ୍କୁ ନନ୍ଦ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଦେଖି ତୁମୁଡ଼ିବନ୍ଧ ପୋଲିସକୁ ଖବର ଦେଇଥିଲେ କିନ୍ତୁ ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ତୁମୁଡିବନ୍ଧରୁ ୧୦୮ ଆମ୍ବୁଲାନ୍ସକୁ ଡକାଇ ଦୁର୍ଘଟଣା ବ୍ୟକ୍ତିଙ୍କୁ ତୁମୁଡିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛନ୍ତି। ବାଇକ ଚାଳକଙ୍କ ପରିଚୟ ମିଳିପାରିନାହିଁ l

You might also like
error: Content is protected !!