ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ: ଆଇଏଏସ୍ ମନୋଜ କୁମାର ସାହୁ ନିଯୁକ୍ତି ପାଇଲେ
ଖୋର୍ଦ୍ଧା ( ସଞ୍ଜୀବ କୁମାର):-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ୍ ଏଜିଏମୟୁଟି କ୍ୟାଡ଼ରର ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ଆଜି ନିଯୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ଅନୁରୋଧରେ ଶ୍ରୀ ସାହୁଙ୍କୁ କେନ୍ଦ୍ର ସରକାର ଗତମାସରେ ଓଡ଼ିଶାକୁ ପଠାଇଥିଲେ । ଶ୍ରୀ ସାହୁ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ୩ବର୍ଷ ଧରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ ତୁଲାଇଥିଲେ ।
ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ସିଙ୍ଗାରପୁର ଗାଁରେ ଜନ୍ମିତ ମନୋଜ ସାହୁ ଭୁବନେଶ୍ୱରସ୍ଥିତ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ବିଏସସି ଓ ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟରୁ ଏମଏସସି ଡିଗ୍ରୀ ହାସଲ କରିବା ପରେ ୨୦୦୬ ମସିହାରେ ଆଇଏଏସ୍ ଚାକିରିରେ ଯୋଗ ଦେଇଥିଲେ।