ତହସିଲଦାରଙ୍କ ଦ୍ଵାରା ବୁଗୁଡ଼ା ବ୍ଲକ୍ ର ଧାନ ମଣ୍ଡି ଉଦ୍ଘାଟନ

ବୁଗୁଡ଼ା,୦୪/୦୧(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୋଲବନ୍ଧ ଗ୍ରାମରେ ବୁଗୁଡ଼ା ବ୍ଲକ୍ ସ୍ତରୀୟ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି।ବୁଗୁଡ଼ା ତହସିଲଦାର ଓ ବିଡ଼ିଓ ତାପସ ରାଉତ ଏହି ଧାନ ମଣ୍ଡିକୁ ଉଦ୍ଘାଟନ କରିଥିଲେ।ବୁଗୁଡ଼ା ବ୍ଲକ୍ ମାର୍କେଟିଂଗ ଅଫିସର ତମ୍ପାଇ ମାରାଣ୍ଡି ଙ୍କ ତତ୍ତ୍ଵାବଧାନରେ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଆସିକା ସମବାୟ ସମିତିର ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା,ଗୋଳବନ୍ଧ ସେବା ସମବାୟ ସମିତିର ସଭାପତି ବସନ୍ତ କୁମାର ସାମଲ , ଗୋଳାବନ୍ଧ ସମିତି ମେମ୍ବର ଜିତେନ୍ଦ୍ର କୁମାର ସ୍ବାଇଁ ,ଗୋଳବନ୍ଧ ସେବା ସମବାୟ ସମିତିର ପୂର୍ବତନ ସଭାପତି ବିରବିକ୍ରମଦିତ୍ୟ ଆରୁଖ,ସଙ୍କୁରୁ ସରପଞ୍ଚ ସୁଶାନ୍ତ କୁମାର ରାଉତ,ବୁଗୁଡ଼ା ବ୍ଲକ୍ ପୂର୍ବତନ ଅଧକ୍ଷ କିଶୋର ଚନ୍ଦ୍ର ବେହେରା, ଗୋଳାବନ୍ଧ ସେବା ସମବାୟ ସମିତିର ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ଜେନା,ମିଲ ମାଲିକ ସଂଘ ସଭାପତି ଗୌରାଙ୍ଗ ଚରଣ ଦାସ ଓ ସଙ୍କୁରୁର ପୁର୍ବତନ ଶଙ୍କର୍ଷଣ ରାଉତ ମଞ୍ଚାସିନ ଥିଲେ।

You might also like
error: Content is protected !!