ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ବିଧାୟକଙ୍କ ଦ୍ୱାରା ମଧୁବାବୁ ଭତ୍ତା ବଣ୍ଟନ,
ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ବିଜ୍ଞପିତ ଅଫିସ କାନଫରନେସ ହଲ ମଧ୍ୟରେ ମଧୁବାବୁଭତ୍ତା ବଣ୍ଟନ| ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା, ଙ୍କ ଉପସ୍ଥିତରେ ୨୮ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟାନ କରାଯାଇ ଥିଲେ |
ବୈଠକ ଆରମ୍ଭରେ ଭତ୍ତା ବଣ୍ଟନ ପୂର୍ବରୁ ଦୁଈ ନଂ
କାଉନସିଲର ଅଶୋକ କୁମାର ମହାଙ୍କୁଡ ଓ ୬ ନଂ କାଉନସିଲର ସୁଦଷ୍ଣା ବେହେରା ଉଭୟଙ୍କ ୱାର୍ଡରେ ଜଣେ ଜଣେ ଲେଖାଏ ହିତାଧିକାରୀଙ୍କୁ ଚୟନ କରା ଯାଇଥିବା ଯୋଗୁଁ ବିଧାୟକଙ୍କ ଉପସ୍ଥିତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଧକ୍ଷଙ୍କୁ ପ୍ରଶ୍ନ ପଚାରି ପାଟି ତୁଣ୍ଡ କରୁଥିଲେ | ସେଥି ପାଈଁ କିଛି ସମୟ ପାଇଁ ସେଠାରେ ଚାପା ଉତେଜନା ସୃଷ୍ଟି ହୋଇ ଥିଲା ଏହାକୁ ବିରୋଧ କରି ଅନ୍ୟ କାଉନ ସିଲରମାନେ ଏହାତ ଉପଜିଲ୍ଲାପାଳ ଙ୍କ କାମ ଏଠାରେ ଗଣ୍ଡଗୋଳ କଲେ କଣ ହେବ | ଏହା ପୂର୍ବରୁ ସେମାନେ ତ ଦାୟିତ୍ୱରେ ଥିଲେ ତେଣୁ ଏବେ ପାଟି କଲେ କଣ ହେବ | କହି ଉଭୟ ପାଟିତୁଣ୍ଡ କରିଥିଲେ |ତେବେ ବିଧାୟକଙ୍କ ଏହା ଉପରେ ହସ୍ତକ୍ଷେପ କରି ପରିସ୍ଥିତି କୁ ସମ୍ଭାଳି ଥିଲେ | ଓ ଆଗାମୀ ସମୟରେ ଭିର୍ଣ୍ଣକ୍ଷମ, ବିଧବା ଓ ବୃଦ୍ଧ, ବୃଦ୍ଧ ଙ୍କୁ ଅଗ୍ରାଧିକାର ଦେବାପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ କହିଥିଲେ | ଏହା ଉପରେ ଅଧକ୍ଷ ଏହି ଘଟଣାଏପରି କେବେ ନକରିବା ପାଈଁ ହାତ ଯୋଡି ଥିଲେ | ଏହା ସହିତ ସମସ୍ତ କାଉନସିଲର , ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ଏବଂ ଅନ୍ୟ ବିଜେପି ନେତା, କର୍ମୀ ଉପସ୍ଥିତ ରହି ସହଯୋଗ କରିଥିବା ବେକେ ଗୋଷ୍ଠୀ ସଂଗଠିକା ରଞ୍ଜିତା ପଣ୍ଡା ଓ ଅନ୍ୟ ଷ୍ଟାଫ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ l