ଆଦିବାସୀ ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ବାଲିଗୁଡା (ସୁକାନ୍ତ କୁମାର ତ୍ରିପାଠୀ)ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ସଡକ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ରାଲିରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଘୋଷ ବାଦ୍ୟ ଜିଲ୍ଲା ପରିବହନ ପ୍ରାଧିକରଣ ପକ୍ଷରୁ ସଚେତନତା ଅଭିଯାନ ରଥ ଏଲ୍ଇଡି ଟିଭି ଭ୍ୟାନ୍ ପ୍ଲାକାର୍ଡ ଟି-ସାର୍ଟ ଟୋପି ପ୍ରଚାର ପତ୍ର ସ୍ଲୋଗାନ୍ ପ୍ରଦାନ କରି ମହାବିଦ୍ୟାଳୟ ପରିସରରୁ ବସ୍ ଷ୍ଟାଣ୍ଡ ଆଗକୁ ଯାଇଥିଲେ । ଅଧ୍ୟକ୍ଷଆଦିବାସୀ ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କାର୍ତ୍ତିକ ଚନ୍ଦ୍ର ସି ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ କାଉନସେଲ୍ ର ଦଣ୍ଡପାଣି ଭୂୟାଁ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ରବି ଚନ୍ଦ୍ର ପାତ୍ର ପ୍ରାକ୍ତନ ନଗରପାଳ ଲୋକନାଥ ପାଢ଼ୀ ଅଂଶଗ୍ରହଣ କରିଥିଲେ । ଆରକ୍ଷୀ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଉପଖଣ୍ଡ ପ୍ରଶାସନ ଓ ପୋଲିସର ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Smart Computer Ad
You might also like
error: Content is protected !!