ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ଶୋଭାଯାତ୍ରା
ଆର,ଉଦୟଗିରି(ମନୋଜ ପାଢୀ):-ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଏହି ଅବସରରେ ଆଜି ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରାକୁ ଶ୍ରୀ ପ୍ରସନ୍ନ କୁମାର ଦାସ,ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଓ ସଦର ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଛନ୍ତି । ଏହି ଶୋଭାଯାତ୍ରା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟଳୟ ଠାରୁ ପେଲେସ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ଏହାର ଉଦ୍ଧେଶ୍ୟ ଜନସାଧରଣ ଙ୍କୁ ସଚେତନତା କରାଯିବା ସହିତ ହେଲମେଟ ବ୍ୟବହାର କରିବା, ଦ୍ରୁତ ବେଗରେ ଗାଡ଼ି ଚଳାଇବା ନାହିଁ, ଟ୍ରାଫିକ ନିୟମ ପଳାନ କରିବା, ସିଟ ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ଚଳାଇବା ନାହିଁ, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ନାହିଁ ଏହି ପରି ଅନେକ ସ୍ଲଗାନ ଦେଇ ସଚେତନତା ଶୋଭାଯାତ୍ରା କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ତୁଷାର ହେମ୍ବ୍ରମ ଜିଲ୍ଲା ପରିବହନ ନିରୀକ୍ଷକ ଓ ବିଭିନ୍ନ ବିଭାଗର ଅଧିକାରୀ ସମେତ ବିଭାଗୀୟ କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।