ବାସ ବେଶୀ ନୁହେଁ ଗୋଟାଏ ମାସ ଏମିତି ଖାଆନ୍ତୁ କିସମିସ, ଦେଖିବେ ଚମକିବ ତ୍ୱଚା

ଭୁବନେଶ୍ୱର,ଏସଏମପି:- ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ଘରୋଇ ସରଳ ଉପାୟ ରହିଛି । ତେବେ ସରଳ ଉପାୟ ମଧ୍ୟରୁ ଗୋଟିଏ ଉତ୍ତମ ବିକଳ୍ପ ହେଉଛି, କିଶ୍‌ମିଶ୍‌ ପାଣି । ଏହା ଶରୀର ପାଇଁ ବରଦାନରୁ କମ୍‌ ନୁହେଁ । ଆୟୁର୍ବେଦ ଅନୁଯାୟୀ, ନିୟମିତ ସକାଳେ ଖାଲି ପେଟରେ କିଶ୍‌ମିଶ୍‌ ପାଣି ପିଇବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ,ଚମତ୍କାରୀ ଲାଭ ମିଳିଥାଏ ।ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। ଜାଣନ୍ତୁ..ନିୟମିତ କିଶ୍‌ମିଶ୍‌ ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ପେଟ ସହ ଜଡିତ ଅନେକ ସମସ୍ୟା ଯେପରି କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାଷ୍ଟ୍ରିକ୍‌ ଆଦି ଦୂର କରିବାରେ ସହାୟକ ହୋଇଥାଏ। କିଶ୍‌ମିଶ୍‌ରେ ଭରପୁର ମାତ୍ରାରେ ଫାଇବର ରହିଛି । ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।କିଶ୍‌ମିଶ୍‌ ପାଣି ଶରୀରରୁ ଅପରିଷ୍କାର ପଦାର୍ଥ ନିର୍ଗତ କରିବାରେ ସହାୟକ ହୋଇଥାଏ । ବିଶେଷ କରି ଏହା ଯକୃତକୁ ସଫା ରଖିବା ସହ ସୁସ୍ଥ ରଖିଥାଏ । ଯକୃତ ସଠିକ୍‌ ଭାବେ କାର୍ଯ୍ୟ କରିବାକୁ ମଧ୍ୟ ସହାୟକ ହୋଇଥାଏକିଶ୍‌ମିଶ୍‌ରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ରହିଛି । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ନିୟମିତ ଏହାର ସେବନ କରିବା ଦ୍ୱାରା ଥଣ୍ଡା,କାଶ, ସଂକ୍ରମିତ ରୋଗରୁ ରକ୍ଷା କରିଥାଏ ।କିଶ୍‌ମିଶ୍‌ରେ ଆଇରନ ଭରପୁର ମାତ୍ରାରେ ରହିଛି । ଏହା ଶରୀରରେ ହିମୋଗ୍ଲୋବିନ୍‌ର ସ୍ତର ବୃଦ୍ଧି କରିଥାଏ । ରକ୍ତର ଅଭାବକୁ ଦୂର କରିବା ସହ ଶକ୍ତି ବୃଦ୍ଧି କରିଥାଏ ।କିଶ୍‌ମିଶ୍‌ ପାଣି ତ୍ୱଚାର ଚମକ ବୃଦ୍ଧି କରିଥାଏ । କେଶକୁ ମଜଭୁତ କରିଥାଏ । ଏଥିରେ ଥିବା ଭିଟାମିନ୍‌ ଓ ମିନେରାଲ୍ସ ତ୍ୱଚାର ରଙ୍ଗକୁ ଗୋରା କରିବା ସହ କେଶ ଝଡିବା ସମସ୍ୟାକୁ ଦୂର କରିଥାଏ ।

You might also like
error: Content is protected !!