ଖୋର୍ଦ୍ଧା ରୋଡରେ ନବୀକରଣ ଯୋଗ୍ୟ ଜଳବିଶୋଧନ କେନ୍ଦ୍ର

ଖୋର୍ଦ୍ଧା(ସଞ୍ଜୀବ କୁମାର):-ରେଲୱେ ଲୋକୋ କଲୋନୀ ଅଞ୍ଚଳ ରୁ ହୋଇଥିବା ଜଳ ନିଷ୍କାସନ କୁ ଉପଯୋଗ କରାଯାଇ, ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ରେ ପ୍ଲାଟଫର୍ମ ସଫା କରିବା ପାଇଁ ଏବଂ ପାଖରେ ଥିବା ଉଦ୍ୟାନ ରେ ପାଣି ବ୍ୟବହାର କରାଯିବ |

ଖୋର୍ଦ୍ଧା ରୋଡ ର ଲୋକୋ କଲୋନୀରେ ନବୀକରଣ ଯୋଗ୍ୟ ଜଳବିଶୋଧନ ପ୍ଲାଣ୍ଟ କୁ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍. ବାଜୱା, ଉଦ୍ଘାଟନ କରିଛନ୍ତି। ଏହି ରିସାଇକ୍ଲିଂ ପ୍ଲାଣ୍ଟ ଦ୍ୱାରା ରେଲୱେ ଲୋକୋ କଲୋନୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର ନିର୍ଗତ ହେଉଥିବା ଦୂଷିତ ଜଳକୁ ପୁନବ୍ୟବହାର ଉପଯୋଗି କରାଯାଇ, ଟ୍ୟାଙ୍କରେ ଜଳ ସଂଗ୍ରହ କରାଯିବ ଏବଂ ପରେ ପାଇପ ମାଧ୍ୟମରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନକୁ ପରିବହନ କରାଯିବ |ଏହି ପାଣି ଷ୍ଟେସନର ପ୍ଲାଟଫର୍ମ ସଫା କରିବା ପାଇଁ ଏବଂ ପାଖରେ ଥିବା ଉଦ୍ୟାନ ରେ ବ୍ୟବହାର କରାଯିବ | ଏହି ଜଳବିଶୋଧନ ପ୍ଲାଣ୍ଟ ପ୍ରତିଦିନ 5 ଲକ୍ଷ ଲିଟର ପାଣି ରିସାଇକ୍ଲିଂ କରିପାରିବ |

    ପୁନଃବ୍ୟବହାରକାରୀ ଜଳ ପରିବେଶ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ କାରଣ ଏହା ସତେଜ ଜଳ ଯୋଗାଣ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଥାଏ ଏବଂ ପରିବେଶରେ ନିର୍ଗତ ବର୍ଜ୍ୟଜଳର ପରିମାଣକୁ ଆହୁରି ହ୍ରାସ କରିଥାଏ | 
      ପୁରାତନ ରିସାଇକ୍ଲିଂ ପ୍ଲାଣ୍ଟ ରେ ନୂତନ ମୋଟର ଏବଂ ଯନ୍ତ୍ରପାତି ଲଗାଯାଇଛି |ଦୂଷିତ ଜଳ ରୁ କାଦୁଆ ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି, ଯାହା ପରବର୍ତୀ ସମୟ ରେ ସାର ଭାବରେ ବ୍ୟବହାର କରାଯାଇ ଅଞ୍ଚଳର ମାଟିର ଉର୍ବରତାକୁ ଉନ୍ନତ କରାଯାଇପାରିବ |


        ରିସାଇକ୍ଲିଂ ପ୍ଲାଣ୍ଟର ସଞ୍ଚାର କ୍ଷେତ୍ର କୁ ଏକ ଉଦ୍ୟାନରେ ବିକଶିତ କରାଯାଇଛି। | ଏହି ଅବସରରେ, ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍. ବାଜୱା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍),ଶ୍ରୀ ପି.କେ.ବେହେରା ଏଵଂ ଅନ୍ୟ ଶାଖା ଅଧିକାରି ଙ୍କ ଦ୍ୱାରା ଏହି ଉଦ୍ୟାନରେ ଚାରା ରୋପଣ କରାଯାଇଥିଲା। 

    ଏହି ନବୀକରଣ ଯୋଗ୍ୟ ଜଳବିଶୋଧନ କେନ୍ଦ୍ର,  ଶ୍ରୀ ଲିଙ୍ଗରାଜ ତ୍ରିପାଠୀ,  ଖୋର୍ଦ୍ଧା ରୋଡ ର ବରିଷ୍ଠ ମଣ୍ଡଳ ମେକାନିକାଲ୍ ଇଞ୍ଜିନୟର୍ ଏଵଂ ଶ୍ରୀମତୀ ସ୍ଵାଧୀନତା ଦାସ୍ ଙ୍କ ନେତୃତ୍ଵ ରେ, ଖୋର୍ଦ୍ଧା ରୋଡ ମେକାନିକାଲ୍ ବିଭାଗର, ଏନଭାୟାରମେଣ୍ଟାଲ ହାଉସକିପିଂ ମ୍ୟାନେଜମେଣ୍ଟ (ଇ.ଏନ୍.ଏଚ.ଏମ) ଟିମ୍ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ।
You might also like
error: Content is protected !!