ଜଟଣୀ ପଞ୍ଚାୟତ ସମିତି ଆନୁକୁଲ୍ୟରେ ରେ” ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର” ଅନୁଷ୍ଠିତ

ଖୋର୍ଦ୍ଧା(ସଞ୍ଜୀବ କୁମାର):-ଜଟଣୀ ପଞ୍ଚାୟତ ସମିତି ଆନୁକୁଲ୍ୟରେ ରେ” ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର” ଅନୁଷ୍ଠିତ ହୋଇ ଥିଲା। ଏହି ଶିବିରରେ ଜଟଣୀ ପଞ୍ଚାୟତ ସମିତି ଓ ଜଟଣୀ ପୌର ପରିଷଦ ଅଧୀନରେ ଥିବା ୧୫ ଟି ଗ୍ରାମ ପଞ୍ଚାୟତ ଏବଂ ୨୩ ଟି ୱାର୍ଡର ଦିବ୍ୟାଙ୍ଗ ବ୍ୟକ୍ତିମାନେ ସେମାନଙ୍କର ପଞ୍ଜୀକରଣ କରି ଏହି କାର୍ଯ୍ୟକ୍ରମରେ ଡାକ୍ତର ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସେବା ର ସୁବିଧା ପାଇଥିଲେ। ଆଜିର ଶିବିରରେ ସର୍ବମୋଟ ୫୧୮ ଜଣ ଭିନ୍ନକ୍ଷମ ପଞ୍ଜୀକୃତ କରି ଥିଲେ, ତନ୍ମଧ୍ୟରୁ ଶାରୀରିକ ଅକ୍ଷମ ପାଇଁ ୨୧୦ ଜଣ, ଦୃଷ୍ଟିହୀନ ପାଇଁ ୬୯ ଜଣ , ଶ୍ରବଣ ଓ ବାକଶକ୍ତି ବାଧିତ ରେ ୧୧୭ ଜଣ ଏବଂ ମାନସିକ ଅନଗ୍ରସର ପାଇଁ ୧୨୨ ଜଣ ସଫଳ ରୂପରେ ପଞ୍ଜୀକୃତ କରିଥିଲେ। ଏହି ଶିବିରରେ ଡାକ୍ତରି ପରୀକ୍ଷଣ ପରେ, ୩୪୯ ଜଣ ଭିନ୍ନକ୍ଷମ ଙ୍କ ସାର୍ଟିଫିକେଟ ନିର୍ଦ୍ଧାରିତ କରାଗଲା।
ଏହି କାର୍ଯ୍ୟକ୍ରମ କୁ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀମତୀ ରଶ୍ମିତା ନାଥ ଓ ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା ଶ୍ରୀ ଦିଲ୍ଲୀପ କୁମାର ହିଆଲ ଉଦ୍ ଘାଟନ କରିଥିଲେ। ଏହି ଶିବିରରେ ଜୁନିୟର ଏସିସ୍ଟେନ୍ଟ, ସୁମନ କୁମାର ମଲ୍ଲିକ ଓ ପିଏ, ଦିଲୀପ କୁମାର ମହାପାତ୍ର, ବାସୁଦେବ ମହାରଣା ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଏହି ଶିବିରକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

You might also like
error: Content is protected !!